*ଜୀ-ସାର୍ଥକ ପ୍ରସ୍ତୁତି ‘IPS ଦୁର୍ଗା’ ଚଳଚ୍ଚିତ୍ର ର ଅଡିଓ ଲୋକାର୍ପିତ*

0

ଭୁବନେଶ୍ୱର : ସୂର୍ୟମୟୀ ଙ୍କ ପ୍ରଥମ ପୋଲିସ ଅବତାର ଚଳଚ୍ଚିତ୍ର “IPS ଦୁର୍ଗା” ଜୀ- ସାର୍ଥକରେ ଆସନ୍ତା ଏପ୍ରିଲ ୨୩ ତାରିଖ ସନ୍ଧ୍ୟା ୬:୩0 ରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଗତକାଲି ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲରେ ଅଡିଓ ଲୋକାର୍ପିତ ହୋଇଯାଇଛି ଏହି ଅଡିଓ ଲୋକାର୍ପଣ ଉତ୍ସବରେ ଚଳଚ୍ଚିତ୍ର ର ନିର୍ଦ୍ଦେଶକ ରାଜା ଡି., ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ, ଗୀତିକାର ସୂର୍ଯ୍ୟ ମହାପାତ୍ର ,କଣ୍ଠ ଶିଳ୍ପୀ ଶଶାଙ୍କ,ଅସୀମା ପଣ୍ଡା, ଅଭିନେତ୍ରୀ ସୂର୍ଯ୍ୟମୟୀ,ଅଭିନେତା ସୁକାନ୍ତଙ୍କ ସମେତ ଜୀ-ସାର୍ଥକ ର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ, ଜୀ ସାର୍ଥକ ଫିଲ୍ମସ କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ଚଳଚ୍ଚିତ୍ର “IPS ଦୁର୍ଗା” ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ବର୍ତ୍ତମାନ ର ଟ୍ୟାଲେଣ୍ଟେଡ୍ ଅଭିନେତ୍ରୀ “ସୂର୍ଯ୍ୟମୟୀ” ଅପରାଧୀଙ୍କୁ ସାବାଡ କରିବାକୁ ନେଇଛନ୍ତି ନୂଆ ଅବତାର । ଜଣେ ନିର୍ଭୀକ ମହିଳା ଅଫିସରଙ୍କୁ ଦେଖି ସହରରେ ପଡ଼ିଯାଏ କୋକୁଆ ଭୟ । କିନ୍ତୁ ଅପରାଧୀଙ୍କୁ ଦମନ କରିବାକୁ ଆସିଥିବା ଜଣେ ସଚ୍ଚୋଟ ମହିଳା ଅଫିସରକୁ ଦେବାକୁ ପଡେ ବହୁମୂଲ୍ୟ । ନିର୍ଦ୍ଦେଶକ ରାଜା ଡି. ଙ୍କ ଦମଦାର ନିର୍ଦ୍ଦେଶନାରେ ଆସୁଛି ଜୀ-ସାର୍ଥକ ପ୍ରସ୍ତୁତି ଚଳଚ୍ଚିତ୍ର “IPS ଦୁର୍ଗା” । ଚଳଚ୍ଚିତ୍ରରେ ସୂର୍ଯ୍ୟମୟୀ ଙ୍କ ବ୍ୟତୀତ ଅଭିନେତା ମହାପ୍ରସାଦ କର ଏବଂ ସୁକାନ୍ତ ରଥଙ୍କୁ ଦେଖିବାକୁ ପାଇବେ ଦର୍ଶକ । ବିଜୟ କାଣ୍ଡୋଇ ପ୍ରଯୋଜିତ ଏହି ଫିଲ୍ମକୁ ସଙ୍ଗୀତରେ ସଜାଇଛନ୍ତି ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ । ସେହିପରି ଗୀତକୁ ଲେଖିଛନ୍ତି ସୂର୍ଯ୍ୟ ମହାପାତ୍ର । କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା ଓ ଶଶାଙ୍କ । ଚଳଚ୍ଚିତ୍ରର କାହାଣୀକୁ ରଚନା କରିଛନ୍ତି ଭରଦ୍ୱାଜ ପଣ୍ଡା।

ଗୋଟାଏ ଅପରାଧୀ ଗ୍ୟାଙ୍ଗର ମୂଳୋତ୍ପାଟନ ପାଇଁ ଜୋରଦାର ଅପରେସନ କରିଛନ୍ତି ଅଭିନେତ୍ରୀ ସୂର୍ଯ୍ୟମୟୀ ଅର୍ଥାତ “IPS ଦୁର୍ଗା”। ଶେଷରେ ନିଜକୁ ବହୁମୂଲ୍ୟ ଦେବାକୁ ପଡ଼ିଥିଲେ ମଧ୍ୟ ଲକ୍ଷ୍ୟ ପଥଭ୍ରଷ୍ଟ ହୋଇନାହାଁନ୍ତି ଦୁର୍ଗା । କଡା ଗଣ୍ଡାର ହିସାବ ନେବା ପାଇଁ ଦୁର୍ଗାକୁ ନେବାକୁ ପଡ଼ିଛି ନୂଆ ଅବତାର । ଆସନ୍ତା ଏପ୍ରିଲ ୨୩ ତାରିଖ ସନ୍ଧ୍ୟା ୬:୩0 ଟାରେ ମୁକ୍ତିଲାଭ କରିବାକୁ ଯାଉଥିବା ଚଳଚ୍ଚିତ୍ର “IPS ଦୁର୍ଗା” ଦର୍ଶକମାନଙ୍କ ଦ୍ବାରା ନିଶ୍ଚୟ ଆଦୃତି ଲାଭ କରିବ ବୋଲି ଜୀ-ସାର୍ଥକ ପକ୍ଷରୁ ଆଶା ପ୍ରକଟ କରାଯାଇଛି।

Leave A Reply

Your email address will not be published.