ଆଜିର କରୋନା ସ୍ଥିତି ଦେଖି କେବଳ ରାଜ୍ୟରେ ଲକ୍ଡାଉନ୍ ଏକମାତ୍ର ବିକଳ୍ପ ବୋଲି ମତ ପ୍ରକାଶ ପାଇଛି । ରାଜ୍ୟରେ କରୋନା ପଜିିଟିଭ ସଂଖ୍ୟା ୪୫୪୬୦୬ ରହିଛି । ଏଥିରୁ ୩୮୫୪୧୪ ସୁସ୍ଥ ହୋଇଥିବାବେଳେ ସକ୍ରିୟ କେଶ ସଂଖ୍ୟା ୬୭୦୮୬ରେ ପହଂଚିଛି । କେବଳ ଖୋର୍ଦ୍ଧା ଜିଲ୍ଲାରେ ୧୭୯୬ କରୋନା ପଜିଟିଭ ସଂଖ୍ୟା ଥିବା ଆଜି ସରକାରୀ ରିପୋର୍ଟରୁ ପ୍ରକାଶ ପାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାଯାଇ ସର୍ବନିମ୍ନ ୧୫ଦିନ ପର୍ଯ୍ୟନ୍ତ ଲକଡାଉନ୍ କରାଗଲେ କରୋନା ଭାଇରସ୍ ଚେନ୍କୁ ରୋକାଯାଇପାରିବ ।
ଆମ ରାଜ୍ୟ ଅନ୍ୟ ରାଜ୍ୟମାନଙ୍କଠାରୁ କରୋନା ସଂକ୍ରମଣ କ୍ଷେତ୍ରରେ ଭଲ ସ୍ଥିତିରେ ଥିଲେ ମଧ୍ୟ ଚିକିତ୍ସା ଏବଂ କୋଭିଡ ହସ୍ପିଟାଲ କ୍ଷେତ୍ରରେ ବହୁ ପଛରେ ରହିଛି । କେବଳ ଶନିବାର ଓ ରବିବାର ସଟ୍ଡାଉନ୍ ଆମ ପାଇଁ ଯଥେଷ୍ଟ ନୁହେଁ ।
ଏହି ସମୟରେ ଆମେରିକାର ବରିଷ୍ଠ କରୋନା ମହାମାରୀ ବିଶେଷଜ୍ଞ ଆନ୍ଥୋନି ଫାଉସି ଭାରତର କରୋନା ଚେନ୍କୁ ଭାଙ୍ଗିବା ପାଇଁ କିଛି ସପ୍ତାହ ଲକ୍ଡାଉନ୍ କରିବାକୁ ପରାମର୍ଶ ଦେଇଛନ୍ତି । ଆମ ରାଜ୍ୟରେ ଅମ୍ଳଜାନ, ଔଷଧ ଓ ପିପିଇ କିଟ୍ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାର ଆବଶ୍ୟକତା ରହିଛି ।
ଅଧିକାଂଶ ଲୋକେ ଲକଡାଉନ୍ ସପକ୍ଷରେ ନାହାନ୍ତି । ସଦ୍ୟ ପରିସ୍ଥିତି ଅନୁଯାୟୀ ସର୍ବନିମ୍ନ ୧୫ଦିନ ପାଇଁ ଓଡିଶାରେ ଲକ୍ଡାଉନ୍ର ଆବଶ୍ୟକତା ରହିଛି । ଏଥି ସହିତ ରାଜ୍ୟରେ ସମସ୍ତ ଅନ୍ୟାନ ବ୍ୟୟ ବରାଦ ଓ କାର୍ଯ୍ୟକ୍ରମକୁ ସ୍ଥଗିତ ରଖି ଟୀକାକରଣକୁ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି।