ନୂଆଦିଲ୍ଲୀ (ଆମ ଟିଭି): ୨୦୨୪ରେ ପୁଣି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପାଇଁ ଯୋଜନା କରୁଛନ୍ତି। ତେବେ ଏ ନେଇ ବର୍ତ୍ତମାନ ସୁ୍ଦ୍ଧା ଘୋଷଣା ପାଇଁ ସେ ପ୍ରସ୍ତୁତ ହୋଇନାହାନ୍ତି। ଏକ ସାକ୍ଷାତକାରରେ ବାଇଡେନ ଏହା କହିଛନ୍ତି।
ଡେମୋକ୍ରାଟିକ ଦଳରୁ ପ୍ରାର୍ଥୀ ହେବା ପାଇଁ ସେ ଆଗ୍ରହୀ ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେ ଆନୁଷ୍ଠାନିକ ଘୋଷଣା କରିନାହାନ୍ତି। ଦଳ ପକ୍ଷରୁ ସେ ଏବଂ ଉପରାଷ୍ଟ୍ରପତି କମଳା ହାରିସ ଗତଥର ଭଳି ଏକାଠି ପାର୍ଥୀ ହୋଇପାରନ୍ତି।