ଆଜି ଇସ୍ରାଏଲ ଗସ୍ତରେ ଯିବେ ଜୋ ବାଇଡେନ୍

0

ନୂଆଦିଲ୍ଲୀ(ଆମ ଟିଭି): ଇସ୍ରାଏଲ ଏବଂ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏହାରି ଭିତରେ ଆଜି ଯୁଦ୍ଧଭୂମି ମୁହାଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଏହି ଅବସରରେ ଭେଟିବେ ବାଇଡେନ୍ । ଯୁଦ୍ଧରେ ଗାଜାରେ ୩୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଇସ୍ରାଏଲରେ ୧୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହାରି ଭିତରେ ଲେବାନନ ପଟୁ ୪ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ନିପାତ ହୋଇଥିବା ଇସ୍ରାଏଲ ଦାବି କରିଛି ।

ଅନ୍ୟପଟେ ଗାଜାକୁ ଇସ୍ରାଏଲ ମାନବୀୟ ସହାୟତା ଦେବା ବନ୍ଦ କରିଦେବାରୁ ସ୍ଥିତି ସଂକଟାପନ୍ନ ରହିଛି । ଲୋକଙ୍କ ପାଖରେ ଖାଦ୍ୟ, ପାନୀୟଠୁ ଆରମ୍ଭ କରି ତେଲ ଏବେ ଶେଷ ହେବା ସ୍ଥିତିରେ ପହଞ୍ଚିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ହମାସର ସମ୍ପୂର୍ଣ୍ଣ ନିପାତ ନହେବା ପର୍ୟ୍ୟନ୍ତ ଏହି ଯୁଦ୍ଧ ବନ୍ଦ ହେବ ନାହିଁ । ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ୟ୍ୟାଳୟ ମଙ୍ଗଳବାର କହିଛି ଯେ ପ୍ରଧାନମନ୍ତ୍ରୀ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ।

 

Leave A Reply

Your email address will not be published.