ଇମ୍ରାନ ରାଲିରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ

0

ଇସ୍‌ଲାମାବାଦ୍‌: ରାଲି କାର୍ଯ୍ୟକ୍ରମ କଭର୍‌ କରୁଥିବା ଜଣେ ପାକିସ୍ତାନୀ ସାମ୍ବାଦିକା ଇମ୍ରାନ୍‌ ଖାଁଙ୍କ କଣ୍ଟେନର୍‌ ଟ୍ରକ୍‌ ଚାପାରେ ପ୍ରାଣ ହରାଇବାରୁ ରବିବାର ଦିନ ଖାଁ ତାଙ୍କ ରାଲି ବନ୍ଦ ରଖିଥିଲେ । ସଂଗୃହୀତ ସୂଚନା ଅନୁସାରେ, ମୃତ ସାମ୍ବାଦିକା ହେଉଛନ୍ତି ‘ଚାନେଲ୍‌ ଫାଇଭ୍‌’ର ରିପୋର୍ଟର୍‌ ସଦାଫ୍‌ ନଇମ୍‌। ଇମ୍ରାନ୍‌ଙ୍କ କଣ୍ଟେନର୍‌ ଟ୍ରକ୍‌ରେ ବସି ଯାଉଥିବା ବେଳେ ସାଧୋକ୍‌ ନିକଟରେ ନଇମ୍‌ ତଳକୁ ଖସିପଡ଼ିବାରୁ ତାଙ୍କ ଉପରେ ଉକ୍ତ କଣ୍ଟେନର୍‌ ଟ୍ରକ୍‌ ଚଢ଼ିଯାଇଥିଲା।

ଦୁର୍ଘଟଣା ଘଟିବା ଯୋଗୁଁ ଇମ୍ରାନ୍‌ ଖାଁ ତୁରନ୍ତ ରାଲି ବନ୍ଦ କରାଇଥିଲେ। ସୂଚନାଯୋଗ୍ୟ, ନିର୍ଦ୍ଧାରିତ ସମୟ ଅବ୍ୟବହିତ ପୂର୍ବରୁ ନିର୍ବାଚନ ପାଇଁ ଯୋଜନା କରୁଥିବା ସଂଘୀୟ ସରକାରଙ୍କ ଉପରେ ଚାପ ପକାଇବା ଲାଗି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଇସ୍‌ଲାମାଦ୍‌ ଅଭିମୁଖେ ରାଲି ବା ପଦଯାତ୍ରାରେ ଯାଉଥିଲେ। ଲାହୋର୍‌ ନଗରୀର ପୂର୍ବାଞ୍ଚଳରୁ ବାହାରି ଥିବା ତାଙ୍କ ରାଲି ଶୁକ୍ରବାର ଦିନ ଇସ୍‌ଲାମାବାଦରେ ପହଞ୍ଚିବ ବ‌ୋଲି ଆଶା କରାଯାଉଛି।

Leave A Reply

Your email address will not be published.