ଭୁବନେଶ୍ୱର (ଆମ ଟିଭି): ଗୋଟିଏପଟେ ଭୁବନେଶ୍ୱରରେ ବିଜେଡି ତାର ଶକ୍ତି ପ୍ରଦର୍ଶନ କରୁଥିବା ବେଳେ ଅନ୍ୟପଟେ ବିଜେପି ମଧ୍ୟ ତାର ସାଙ୍ଗଠନିକ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଗତକାଲି ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ ଓଡ଼ିଶା ଆସିଥିବା ବେଳେ ଆଜି ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି । ଦଳ କିପରି ଆଗକୁ ସୁଦୃଢ ହେବ, ବୁଥ ସ୍ତରରେ ମଜବୁତ୍ ହେବ, ସେନେଇ ଜାରି ରହିଛି ଆଲୋଚନା ।
ସେପଟେ ଆଗାମୀ ୨୯ରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ୨୯, ୩୦ ଦୁଇ ଦିନ ଓଡ଼ିଶାରେ ରହିବେ ନଡ୍ଡା । ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ନଡ୍ଡା ଓଡ଼ିଶା ଆସିବା ପରେ ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି ।