ଜେଇଇ ରେ ଚମକିଲେ ଜୁପିଟର୍ ବିଦ୍ୟାର୍ଥୀ

0

ଭହୁବନେଶ୍ୱର: ସ୍ୱଳ୍ପ ଅବଧି ଭିତରେ ଜୁପିଟର୍ ପବ୍ଲିକ୍ ସ୍କୁଲ୍ (JPS) ତାର ଗୌରବମୟ ଇତିହାସକୁ ପୁନରାବୃତ୍ତି କରିଛି। ସଦ୍ୟ ସମାପ୍ତ JEE (Main) 2023 ରେ ଜୁପିଟର୍ ର ବିଦ୍ୟାର୍ଥୀ କୌଣସି ବାହ୍ୟ କୋଚିଂ ନନେଇ ଅଦ୍ଭୂତପୂର୍ବ ସଫଳତା ହାସଲ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ଯେ ରେଗୁଲାର୍ କୋର୍ସ ସରିବା ପରେ ପରେ ହିଁ ପିଲାମାନେ ଏହି ସଫଳତା ପାଇଛନ୍ତି।

ସେହି ଚମକୁଥିବା ଜୁପିଟର୍ ବିଦ୍ୟାର୍ଥୀମାନେ ହେଲେ- ପ୍ରଭୁଦତ୍ତ ମଙ୍ଗୁଆଳ (୯୩.୭୯%), ଅଭିଜିତ୍ ସାହୁ (୯୨.୬୫%), ଶୁଭାଶିଷ ରାଉତ (୯୨.୨୫%), ମଧୁସ୍ମିତା ବେହେରା (୯୧.୦୬%), ଅଦିତି ସାହୁ (୯୧.୧୮%), ବିବାସ୍ୱନ ଆଚାର୍ଯ୍ୟ, ରତ୍ନାକର ସାହୁ, ପ୍ରିୟାଂଶୁ ପ୍ରିୟଦର୍ଶୀ ପ୍ରଧାନ, ଗୌରବ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ପ୍ରଧାନ ଓ ବିରୁପାକ୍ଷ ଦଳବେହେରା।
ସମସ୍ତ କୃତୀ ବିଦ୍ୟାର୍ଥୀଙ୍କୁ ଜୁପିଟର୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ନିର୍ଦ୍ଦେଶକ ବିଶ୍ୱନାଥ ପଣ୍ଡା, ଜୁପିଟର୍ ହାୟର୍ ସେକେଣ୍ଡାରି ସ୍କୁଲ୍ ର ପ୍ରିନ୍ସପାଲ୍ କେ. ଭରତ ଚନ୍ଦ୍ର, ଜୁପିଟର୍ ପବ୍ଲିକ୍ ସ୍କୁଲ୍ ର ପ୍ରିନ୍ସପାଲ୍ ନିରୁପମା ପାତ୍ର ଏବଂ କୋଅର୍ଡିନେଟର୍ ରୋହିତ୍ କୁମାର ଷଡ଼ଙ୍ଗୀ ପ୍ରମୁଖ ସମ୍ବର୍ଦ୍ଧିତ କରିବା ସହିତ ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Leave A Reply

Your email address will not be published.