+୨ ବିଜ୍ଞାନ ପରୀକ୍ଷା ଫଳ ଜୁପିଟର ଛାତ୍ରୀ ଓଡ଼ିଶାରେ ପ୍ରଥମ
ସଂପ୍ରତି ପ୍ରକାଶିତ +୨ ବିଜ୍ଞାନ ପରୀକ୍ଷା ଫଳାଫଳରେ ଜୁପିଟର ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ରୀ ମନସ୍ଵିନୀ ପଣ୍ଡା ମୋଟ ୬୦୦ ନମ୍ବରରୁ ସର୍ବାଧିକ ୫୮୮ନମ୍ବର ରଖି ଓଡ଼ିଶାରେ ଦ୍ଵିତୀୟ ତଥା ଝିଅ ମାନଂକ ଭିତରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । କେବଳ ସେତିକି ନୁହେଁ ଜୁପିଟର ଗ୍ରୁପର ୪୧ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି କୃତିତ୍ୱ ଅର୍ଜନ କରିଛନ୍ତି ।ତତ୍ ସହିତ ୯୭%ରୁ ଅଧିକ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହେବା ସହ ଶତପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି।
ପ୍ରକାଶ ଥାଉକି ଗତବର୍ଷ +୨ ବିଜ୍ଞାନ ପରୀକ୍ଷାରେ ଜୁପିଟର ସ୍କୁଲ ଛାତ୍ର ସୁଦୀପ ସୁଦର୍ଶନ ରଣା ୬୦୦ ମାର୍କରୁ ୫୭୯ ନମ୍ବର ରଖି ଏକ ନୂତନ କିର୍ତିମାନ ପ୍ରତିଷ୍ଠା କରିଥିଲେ । ଜୁପିଟରର ଗୌରବ ବଜାୟ ରଖିଥିବାରୁ ମନସ୍ଵିନୀ ପଣ୍ଡା ତଥା ଅନ୍ୟ ଛାତ୍ରଛାତ୍ରୀଙ୍କୁ ଜୁପିଟର ସଭାପତି ଶ୍ରୀ ବିରଞ୍ଚି ନାରାୟଣ ପଣ୍ଡା ଶୁଭେଚ୍ଛା ଜଣାଇଛନ୍ତି ।