ଦିନକୁ ମାତ୍ର ୧ କପ୍! ଗଣ୍ଠି ବେଦନା ହେବ ଗାୟବ ଏହି ଘରୋଇ ଚାରେ*

0

ଥରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଆରମ୍ଭ ହୋଇଗଲେ ,ଏହା ଖୁବ୍ ସମସ୍ୟାରେ ପକାଇଥାଏ । ଆଉ ଭଲ ସହଜରେ ହୋଇନଥାଏ । ଏମିତିକି କି ପୀଡ଼ାର ପ୍ରଭାବ ଏତେ ହୁଏ ଯେ କୈାଣସି ଔଷଧ ବି କାମ କରେନି । ରୋଗ ବଢିଲା ପରେ ଅପରେସନ ପାଇଁ ଡାକ୍ତର କୁହନ୍ତି ।ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଏପରି ଏକ ଆୟୁର୍ବେଦିକ ପ୍ରତିକାର ବିଷୟରେ କହୁଛୁ, ଯାହା ସାହାଯ୍ୟରେ ଏହି ସମସ୍ୟାର ସମାଧାନ କରିପାରିବ। ତେବେ ଆସନ୍ତୁ ଜାଣିବା ଏହି ବିଶେଷ ସମାଧାନ ବିଷୟରେ …

*ଗଣ୍ଠି ଯନ୍ତ୍ରଣାରେ ଉପକାରୀ ଏହି ବିଶେଷ ପାଉଡର*

ଆପଣଙ୍କୁ କହିରଖୁଛୁ ଯେ ଏହି ହର୍ବାଲ ପାଉଡର ତିଆରି କରିବା ପାଇଁ ଆପଣଙ୍କୁ ଶୁଖିଲା ଅଦା, ହଳଦୀ ଓ କଳା ଲଙ୍କା ଦରକାର। ଆପଣ ଏହାର ପାଉଡର ତିଆରି କରି ଏହାକୁ ଚା’ କରି ପିଇପାରିବେ। ଆୟୁର୍ବେଦ ଅନୁଯାୟୀ, ଏହି ଘରୋଇ ଉପଚାର ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇଁ ଲାଭଦାୟକ ହୋଇପାରେ। କେବଳ ଏତିକି ନୁହେଁ, ଏହା ଆଣ୍ଠୁରେ ଥିବା ଗିରିସକୁ ବଢ଼ାଇବାରେ ସାହାଯ୍ୟ କରିଥାଏ ଏବଂ ଫୁଲା ଏବଂ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ତେବେ ଆସନ୍ତୁ ଜାଣିବା ଏହି ଚା’ ତିଆରି କରିବାର ପଦ୍ଧତି।

ଏଥିପାଇଁ କିଛି ଖଣ୍ଡ ଖଣ୍ଡ କରି ଅଦା, ଅଧା ଚାମଚ ହଳଦୀ ପାଉଡର ଓ ଏକ ଚାମଚ କଳା ଲଙ୍କା ପାଉଡର ଆଣନ୍ତୁ। ତା’ପରେ ଏକ ପ୍ୟାନରେ ଦୁଇ କପ୍ ପାଣି ଦେଇ ପୁଟାନ୍ତୁ,

ପ୍ରଥମେ ଅଦା ଓ ହଳଦୀ ପକାଇ ଅଳ୍ପ ନିଆଁରେ ଫୁଟାନ୍ତୁ। କିଛି ସମୟ ଫୁଟିବା ପରେ ସେଥିରେ ଏକ ଚାମଚ କଳା ଲଙ୍କା ଓ ମହୁ ମିଶାନ୍ତୁ।

ମନେରଖନ୍ତୁ ଯଦି ଆପଣ ଜଣେ ମଧୁମେହ ରୋଗୀ ତେବେ ମହୁ ମିଶାନ୍ତୁ ନାହିଁ। ଆପଣ ଏହାର ସ୍ୱାଦ ମଧ୍ୟ ପସନ୍ଦ କରିବେ। ଏହା ଗଣ୍ଠି ଯନ୍ତ୍ରଣା ଏବଂ ଫୁଲାରୁ ମୁକ୍ତି ଦେବ। ଆପଣ ଏହାକୁ ଦିନରେ ଥରେ କିମ୍ବା ଦୁଇଥର କରି ପିଇପାରିବେ।

*ଏହାର ଲାଭ କ’ଣ*

ଆୟୁର୍ବେଦଙ୍କ ଅନୁଯାୟୀ, ଏହି ଚା’ ଗଣ୍ଠି ଯନ୍ତ୍ରଣାରେ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୁଏ। ତେବେ ଆପଣଙ୍କୁ କହିରଖୁଛୁ ଯେ ଅଦା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣରେ ଭରପୂର ଅଟେ ଯାହା ମାଂସପେଶୀ ଓ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇଁ ଲାଭଦାୟକ ଅଟେ। ହଳଦୀରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି। ଏହା ଫୁଲିବା ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଏହା ବ୍ୟତୀତ କଳା ଲଙ୍କା ମଧ୍ୟ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଏପରି ପରିସ୍ଥିତିରେ, ଆପଣ ଏହାକୁ ଗଣ୍ଠି ଯନ୍ତ୍ରଣା ପାଇଁ ପିଇପାରିବେ।

Leave A Reply

Your email address will not be published.