ସରିଛି ଜଷ୍ଟିସ ଏନଭି ରମଣାଙ୍କ କାର୍ଯ୍ୟକାଳ, ସୁପ୍ରିମକୋର୍ଟର ୪୮ ତମ ଚିଫ୍ ଜଷ୍ଟିସ ଭାବେ ଆଜି ନେବେ ଅବସର
ନୂଆଦିଲ୍ଲୀ(ଆମ ଟିଭି): ସରିଛି ଜଷ୍ଟିସ ଏନଭି ରମଣାଙ୍କ କାର୍ଯ୍ୟକାଳ, ସୁପ୍ରିମକୋର୍ଟର ୪୮ ତମ ଚିଫ୍ ଜଷ୍ଟିସ ଭାବେ ଆଜି ନେବେ ଅବସର। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ୧୬ ମାସର କାର୍ଯ୍ୟକାଳ ଭିତରେ ଜଷ୍ଟିସ ଏନଭି ରମଣା ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି । ଓଡିଶା ସଂଦର୍ଭରେ ମଧ୍ୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଥିଲେ ।
ଗତ ଜୁଲାଇ ୧୨ ତାରିଖରେ କରୋନା ଯୋଗୁଁ ଓଡିଶାର ପୁରୀ ଛଡା ଅନ୍ୟ ସ୍ଥାନରେ ରଥ ଯାତ୍ରା ହୋଇପାରିବ ନାହିଁ ବୋଲି ରାୟ ଦେଇ ଚର୍ଚ୍ଚାରେ ଥିଲେ ଜଷ୍ଟିସ ରମଣା । ଶୁଣାଣି ବେଳେ କୋଭିଡ ମହାମାରୀ ଯୋଗୁଁ ଲୋକେ ମରୁଥିବା ବେଳେ ରଥଯାତ୍ରା ପାଇଁ ସାରା ରାଜ୍ୟରେ ଅନୁମତି ଦେଇ ହେବ ନାହିଁ ବୋଲି ଟିପ୍ପଣୀ କରିଥିଲେ । ସେହିପରି ଜଷ୍ଟିସ ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ଓଡିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ୧୧ ନାମ କେନ୍ଦ୍ରକୁ ସୁପାରିଶ କରିଥିଲେ ।