ସୁପ୍ରିମକୋର୍ଟର ଆଗାମୀ ମୁଖ୍ୟ ବିଚାରପତି ହୋଇପାରନ୍ତି ଜଷ୍ଟିସ ୟୁ ୟୁ ଲଳିତ

0

ନୂଆଦିଲ୍ଲୀ(ଆମ ଟିଭି): ସୁପ୍ରିମକୋର୍ଟର ଆଗାମୀ ମୁଖ୍ୟ ବିଚାରପତି ପଦ ପାଇଁ ନାମ ସୁପାରିଶ କରିଛନ୍ତି ଏବେର ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି ରମନ୍ନା। କେନ୍ଦ୍ର ସରକାରଙ୍କ ନିକଟରେ ଆଗାମୀ ମୁଖ୍ୟ ବିଚାରପତି ପଦ ପାଇଁ ଜଷ୍ଟିସ ୟୁ ୟୁ ଲଳିତଙ୍କ ନାମ ସୁପାରିଶ କରିଛନ୍ତି ରମନ୍ନା। ସୁପ୍ରିମକୋର୍ଟର ପରମ୍ପରା ମୁତାବକ ଅବସର ନେବାକୁ ଥିବା ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ଆଗାମୀ ମୁଖ୍ୟ ବିଚାରପତିଙ୍କ ନାମ ସୁପାରିଶ କରିଥାନ୍ତି । ଚଳିତମାସ ଅଗଷ୍ଟ ୨୬ ତାରିଖରେ ବର୍ତମାନର ମୁଖ୍ୟବିଚାରପତି ଏନ.ଭି ରମନ୍ନା ଅବସର ନେବାକୁ ଯାଉଛନ୍ତି।

ସୂଚନାଯୋଗ୍ୟ, ଜଷ୍ଟିସ ଲଳିତ ମୁସଲମାନ ସଂପ୍ରଦାୟର ତିନ୍ ତଲାକ ଭଳି ପ୍ରଥା ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେବା ସହ ଅନେକ ଐତିହାସିକ ରାୟ ଦେଇ ଚର୍ଚ୍ଚାରେ ଥିଲେ। ୟୁ ୟୁ ଲଳିତ ଏଭଳି ଦ୍ୱିତୀୟ ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି ଯେ କି ସୁପ୍ରିମକୋର୍ଟ ବାରରୁ ସିଧା ସଳଖ ପଦୋନ୍ନତି ପାଇ ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି।

Leave A Reply

Your email address will not be published.