ବିଜେଡିରେ ରହିବେ ଜ୍ୟୋତି ପାଣିଗ୍ରାହୀ, ମିଳିଲା ବାଲେଶ୍ୱର ଜିଲା ସଭାପତି ଦାୟିତ୍ୱ

0

ଭୁବନେଶ୍ୱର (ଆମ ଟିଭି): ବୁଧବାର ବିଜେଡିରୁ ଇସ୍ତଫା ଦେଇଥିବା ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମନ ପରିବର୍ତ୍ତନ କରି ବିଜେଡିରେ ରହିଛନ୍ତି। ଏଥିପାଇଁ ଦଳ ପକ୍ଷରୁ ତାଙ୍କୁ ପୁରସ୍କାର ସ୍ୱରୂପ ବାଲେଶ୍ୱର ଜିଲା ସଭାପତି ଏବଂ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଛି। ଜ୍ୟୋତିଙ୍କ ବ୍ୟତୀତ ବୁଧବାର ୧୮ ପଞ୍ଚାୟତର ବହୁ ସମର୍ଥକ ମଧ୍ୟ ବିଜେଡି ଛାଡ଼ିଥିଲେ।

ତେବେ ଖବର ମୁତାବକ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ବୁଧବାର ଜ୍ୟୋତି ପ୍ରକାଶଙ୍କୁ ସାକ୍ଷତ କରିବା ପରେ ସେ ତାଙ୍କର ନିଷ୍ପତି ପରିବର୍ତନ କରିଛନ୍ତି। ସୂଚନାଯୋଗ୍ୟ ଚଳିତ ନିର୍ବାଚନରେ ଜ୍ୟୋତିପ୍ରକାଶଙ୍କ ବଦଳରେ ସୁବାସିନୀ ସାହୁଙ୍କୁ ବିଜେଡି ଟିକେଟ ଦେବାରୁ ସେ ଅସନ୍ତୁଷ୍ଟ ହୋଇ ନୀରବତା ଅବଲମ୍ବନ କରିଥିଲେ।

ତେବେ ସେ ବୁଧବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସମ୍ପର୍କରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫାପତ୍ର ପଠାଇଦେଇଛନ୍ତି। ଏହାପରେ ନିର୍ବାଚନକ୍ଷେତ୍ରର ୧୮ ପଞ୍ଚାୟତରେ ଥିବା ତାଙ୍କର ବହୁ ସମର୍ଥକ ମଧ୍ୟ ବିଜେଡି ଛାଡିଥିଲେ। ଏହାପରେ ସେମାନେ ଧୋବାଗଡିଆଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଉକ୍ତ ନେତୃବୃନ୍ଦ ଏହି ସୂଚନା ଦେବା ସହ ସେମାନେ ଭାଜପା ମିଶିପାରନ୍ତି ବୋଲି ପରୋକ୍ଷରେ ଇଙ୍ଗିତ କରିଥିଲେ। ଯାହାଙ୍କ ନେଇ ସିମୁଳିଆ ରାଜନୀତି ସରଗରମ ହୋଇଥିଲା।

Leave A Reply

Your email address will not be published.