ବିଜେପିରେ ସାମିଲ ହେଲେ କୈଳାସ ଗେହଲଟ୍‌

0

ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)କୁ ବଡ଼ ଝଟ୍‌କା ଦେଇ ବିଜେପିରେ ସାମିଲ ହୋଇଛନ୍ତି ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଆପ୍‌ ନେତା କୈଳାସ ଗେହଲଟ୍‌। ରବିବାର ଆପ୍‌ରୁ ଇସ୍ତଫା ଦେଇଥିବା କୈଳାସ ସୋମବାର ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି। କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କୁ ବିଜେପି ସଦସ୍ୟତା ପ୍ରଦାନ କରି ଦଳକୁ ସ୍ଵାଗତ କରିଛନ୍ତି। ଏହି ସମୟରେ ବିଜେପିର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।

Leave A Reply

Your email address will not be published.