ରାଜ୍ୟରେ ଜାରି ରହିଛି କାଳବୈଶାଖି ପ୍ରଭାବ

0

ଭୁବନେଶ୍ୱର (ଆମ ଟିଭି): ଅସହ୍ୟ ତାକିରୁ ମିଳିଲା ଆଶ୍ୱସ୍ତି । ରାଜ୍ୟରେ ଜାରି ରହିଛି କାଳବୈଶାଖୀର ପ୍ରଭାବ । ଆଜି ଚିଲିକାରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନର ଆଶଙ୍କା ରହିଛି । ତେଣୁ ଛୋଟ ଡଙ୍ଗାରେ ଯାତାୟତ କରିବାକୁ ବାରଣ କରିଛି ପାଣିପାଗ ବିଭାଗ । କାଳବୈଶାଖୀ ପ୍ରଭାବରେ ୪୦ରୁ ୫୦ ବେଗରେ ପବନ ବୋହିବା ଆଶଙ୍କା ଥିବାରୁ ଟୁଇଟ କରି ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ ।

ସେପଟେ ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ମଧ୍ୟ ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବା ନେଇ ସମ୍ଭାବନା ରହିଛି । ଏନେଇ ଏସଆରସି ପକ୍ଷରୁ ସର୍ତକ ସୂଚନା ଜାରି କରାଯାଇଛି । ତେବେ ରାଜ୍ୟରେ କ୍ରମେ କାଳବୈଶାଖୀ ପ୍ରଭାବ କମିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୫ଦିନ ପର୍ୟ୍ୟନ୍ତ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରଭାବ ରହିବା ନେଇ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।

 

Leave A Reply

Your email address will not be published.