ଦୀପାବଳି ପାଳିଲେ କମଳା ହାରିସ୍
ୱାସିଂଟନ୍: ଅନ୍ଧକାର ସମୟକୁ ଆଲୋକିତ କରିବା ପାଇଁ ଆମ ସାମର୍ଥ୍ୟର ଗୁରୁତ୍ବକୁ ଦୀପାବଳି ସ୍ମରଣ କରାଇଦିଏ ବୋଲି ଶୁକ୍ରବାର ଦିନ ସରକାରୀ ବାସଭବନରେ ଦୀପାବଳି ଉତ୍ସବ ଆରମ୍ଭ କରି ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍ କହିଛନ୍ତି।
ଦୀପାବଳି ସବୁ ସଂସ୍କୃତିରେ ପ୍ରବେଶ କରୁଥିବା ସାର୍ବଜନୀନ ପର୍ବ କହି ଏହି ଆଲୋକର ପର୍ବ ପାଳିବା ଲାଗି ଗତକାଲି ଉପରାଷ୍ଟ୍ରପତି ହାରିସ୍ ଭାରତୀୟ ଆମେରିକୀୟଙ୍କ ପାଇଁ ତାଙ୍କ ସରକାରୀ ବାସଭବନ ‘ନେଭାଲ୍ ବର୍ଜଭେଟରି’ ଉନ୍ମୁକ୍ତ କରିଥିଲେ।
ଉପରାଷ୍ଟ୍ରପତିଙ୍କ ବାସଭବନ ରଙ୍ଗିନ ଆଲୋକମାଳା ଓ ମାଟି ଦୀପରେ ସଜା ଯାଇଥିବା ବେଳେ ଶତାଧିକ ଅତିଥିମାନଙ୍କୁ ଗୁପ୍ଚୁପ୍ଠାରୁ ଆରମ୍ଭ କରି ପାରମ୍ପରିକ ଭାରତୀୟ ମିଷ୍ଟାନ୍ନ ପରିବେଷଣ କରାଯାଇଥିଲା।