ନୂଆଦିଲ୍ଲୀ (ଆମ ଟିଭି): କଲରାପତରିଆ ବାଘର ମୃତ୍ୟୁ । ଅଜଣା ଗାଡ଼ି ଧକ୍କାରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ଖବର ମିଳିଛି। ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ଗାଁ ନିକଟ ମୁଖ୍ୟରାସ୍ତାରୁ ଗୁରୁତର ଭାବେ ଆହତ ହୋଇ ପଡ଼ିଥିବା କଲରାପତରିଆ ବାଘକୁ ଉଦ୍ଧାର କରାଯିବା ପରେ ତାର ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ କୌଣସି ଏକ ଭାରୀଯାନ ଧକ୍କାରେ ବାଘଟି ତଳେ ପଡ଼ି ଛଟପଟ ହେଉଥିବାର ଦେଖିବାକୁ ମିଳିଥିଲା।ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ବନ ବିଭାଗର କର୍ମଚାରୀ ଓ ଭଞ୍ଜନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା।
ଗୁରୁତର ବାଘଟିକୁ ଜଣେ ପୁଲିସ କର୍ମଚାରୀ ବୋତଲରେ ପାଣି ପିଇବାକୁ ଦେବା ପରେ ତୁରନ୍ତ ଉଦ୍ଧାର କରାଯାଇ ଭଞ୍ଜନଗର ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ଡାକ୍ତରଖାନା ନେବା ରାସ୍ତାରେ ବାଘଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।