ଦିଲ୍ଲୀରେ କୁହୁଡି କରୁଛି କଲବଲ: ୧୦୦ ବିମାନ ଚଳାଚଳ ବାଧାପ୍ରାପ୍ତ

0

ନୂଆଦିଲ୍ଲୀ: ଦିଲ୍ଲୀରେ କଲବଲ କରୁଛି କୁହୁଡି । ଦିଲ୍ଲୀରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ିରେ ଦୂର ସ୍ଥାନ ଦୃଶ୍ୟ ହେଉ ନ ଥିବାରୁ ରବିବାର ସକାଳେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀ ଆସିବାକୁ ଥିବା ୧୦ଟି ବିମାନକୁ ଅନ୍ୟ ବିମାନବନ୍ଦର ପଠାଯାଇଥିବାବେଳେ ସ୍ଥାନୀୟ ଏୟାରପୋର୍ଟରୁ ପାଖାପାଖି ୧୦୦ ବିମାନ ଉଡ଼ାଣରେ ବିଳମ୍ବ ହୋଇଛି ଓ କେତେକ ବିମାନକୁ ବାତିଲ କରିଦିଆଯାଇଛି। ୨ଟି ଅନ୍ତର୍ଜାତୀୟ ବିମାନ ସମେତ ୧୦ଟି ବିମାନକୁ ଜୟପୁର ପଠାଯାଇଥିଲା।

ଖରାପ ପାଗ ଯୋଗୁ ବିମାନ ଚଳାଚଳ ସମୟ ପ୍ରଭାବିତ ହେବ ବୋଲି ଏୟାରଲାଇନ୍ସଗୁଡ଼ିକ ସୋସିଆଲ ମିଡିଆ ଜରିଆରେ ଜଣାଇଦେଇଥିଲେ। ଦିଲ୍ଲୀରୁ ଭାଙ୍କୋଭର ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନ ଉଡ଼ାଣ ସମୟ ପରିବର୍ତ୍ତନ ହୋଇଥିଲା। ବିମାନ ଭିତରେ ଯାତ୍ରୀମାନେ ବହୁ ସମୟ ଅପେକ୍ଷା କରିବା ପରେ ଓହ୍ଳାଇଯାଇଥିଲେ। ପ୍ରସ୍ଥାନ ସମୟ ସମ୍ପର୍କରେ ସମ୍ପୃକ୍ତ ଏୟାରଲାଇନ୍ସଗୁଡ଼ିକ ସହ ଯୋଗାଯୋଗ କରିବାକୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଥିଲା।

Leave A Reply

Your email address will not be published.