ବର୍ଷ ଶେଷରେ ନୂଆ ରୂପରେ ଲୋକର୍ପଣ ହେବ କଳିଙ୍ଗ ଷ୍ଟୁଡିଓ

0

ଭୁବନେଶ୍ୱର (ଆମ ଟିଭି): ଆଜି ଓଡ଼ିଶା ବିଧାନ ସଭାର ଷ୍ଟାଣ୍ଡିଂ କମିଟି ତରଫରୁ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟୁଡିଓର ବିକାଶ ପ୍ରସଙ୍ଗ ଉପରେ ସମୀକ୍ଷା ବୈଠକ ହେବା ସହ ଷ୍ଟୂଡିଓ ପରିଦର୍ଶନ ମଧ୍ୟ କରାଯାଇଥିଲା । କଳିଙ୍ଗ ଷ୍ଟୁଡିଓ ପରିଦର୍ଶନ ସମୟରେ ଷ୍ଟୁଡିଓର କନଫରେନ୍ସ ହଲରେ ଷ୍ଟାଣ୍ଡିଂ କମିଟି ମୁଖ୍ୟ ତଥା ଖଣ୍ଡପଡା ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ ସ୍ବାଇଁ, ସଭ୍ଯ ମାନଙ୍କ ମଧ୍ୟରେ ଶ୍ରୀ ଛବି ମଲ୍ଲିକ (ବିଧାୟକ), ଶ୍ରୀ ଅରବିନ୍ଦ ମହାପାତ୍ର (ବିଧାୟକ), ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ (ବିଧାୟକ), ଶ୍ରୀ ସତ୍ୟଜିତ ଗମଙ୍ଗ (ବିଧାୟକ), ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ହେମନ୍ତ ଶର୍ମା (ଶିଳ୍ପ ବିଭାଗ, ଓଡ଼ିଶା ସରକାର), ଓଏଫଡିସି ଅଧ୍ୟକ୍ଷ ଆଇଏଏସ ସମର୍ଥ ବର୍ମା ଏବଂ ଶିଳ୍ପ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ କଳିଙ୍ଗ ଷ୍ଟୁଡିଓର ନବୀକରଣ, ପୁନରୁଦ୍ଧାର ଏବଂ ଆଧୁନିକୀକରଣ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ/ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଥିଲା ।

କମିଟିର ମୁଖ୍ୟ, ଶ୍ରୀଯୁକ୍ତ ସ୍ବାଇଁ, ଷ୍ଟୁଡ଼ିଓର କାର୍ଯ ଶେଷ ଓ ଏହାର ହସ୍ତାନ୍ତର ପାଇଁ ଆବଶ୍ୟକ ସମୟ ବିଷୟରେ ପଚାରିଥିଲେ। ଯାହାର ଉତ୍ତର ଦେଇ ଶ୍ରୀ ହେମନ୍ତ ଶର୍ମା କହିଥିଲେ ଯେ ବର୍ଷ ଶେଷ ବେଳକୁ ଷ୍ଟୂଡିଓର ସମସ୍ତ କାର୍ଯ ଶେଷ କରି ଏହା ଓଏଫଡିସି (ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ)କୁ ହସ୍ତାନ୍ତର କରାଯିବ । ଓଏଫଡିସି ଟେଣ୍ଡର ମାଧ୍ୟମରେ ଷ୍ଟୁଡ଼ିଓର ସଫେଇ ଏବଂ ସୁରକ୍ଷା ଦାୟିତ୍ୱ ଏକ ଘରୋଇ ତୃତୀୟ ପକ୍ଷ କୁ ଦେବା ସହ ଏଡିଟିଂ, ଗ୍ରାଫିକ୍ ଓ ଷ୍ଟୁଡ଼ିଓର ପରିଚାଳନା ମଧ୍ୟ କୌଣସି ଘରୋଇ ତୃତୀୟ ପକ୍ଷ ଦ୍ବାରା କରାଯିବ ବୋଲି ସେ କହିଥିଲେ ।

ଓଏଫଡିସିର ଅଂଶୀଦାର ମାନେ ଯେପରିକି ପ୍ରଯୋଜକ ସଂଘ, ବିତରକ ସଂଘ, କାର୍ଯ୍ୟନିର୍ବାହୀ ସଂଘ, ନିର୍ଦ୍ଦେଶକ, କଳାକାର ଇତ୍ୟାଦିଙ୍କ ସହିତ ଏକ ବୈଠକ କରାଯାଇ ଏହା ଉପରେ ଆଲୋଚନା କରାଯିବ । ଏହା ବ୍ୟତୀତ କିପରି ଅନ୍ୟ ରାଜ୍ୟର ପ୍ରଯୋଜକ ଆସି ଆମର ଏହି ଷ୍ଟୁଡ଼ିଓରେ ସୁଟିଂ କରିପାରିବେ ତା ଉପରେ କିଛି ନୂଆ ଯୋଜନା ମଧ୍ୟ କରାଯିବ । ଷ୍ଟୁଡ଼ିଓରେ ଦୁଇ ବର୍ଗ ଅଛି, ଗୋଟିଏ ସୁଟିଂ ବର୍ଗ ହେବ ଏବଂ ଅନ୍ୟଟି ମନୋରଞ୍ଜନ ପାର୍କ। ମନୋରଞ୍ଜନ ପାର୍କ ପାଇଁ ଟିକେଟ୍ ବ୍ୟବସ୍ଥା ହେବ ଏବଂ ଦର୍ଶକମାନେ ଏହାକୁ ଉପଭୋଗ କରିବା ସହ ସେଠାରେ ସୁଟିଂ ପାଇଁ ମଧ୍ୟ ବ୍ୟବସ୍ଥା ହେବ। ଏହା ରାଜସ୍ୱ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଇଡକୋ ପରିଚାଳନା ନିର୍ଦେଶକ ଶ୍ରୀ ପ୍ରଶାନ୍ତ କୁମାର ରେଡ୍ଡୀ କହିଥିଲେ ।

ଏହି ଆଲୋଚନାରେ ଭାଗ ନେଇ ବରିଷ୍ଠ ଅଭିନେତା ଶ୍ରିତମ ଦାସ ପଚାରିଥଲେ ଯେ କିପରି ମନୋରଞ୍ଜନ ପାର୍କରେ ଦର୍ଶକଙ୍କ ମଧ୍ୟରେ ସହଜରେ ସୁଟିଂ କରିହେବ ଯାହାର ଉତ୍ତର ଦେଇ ଇଡକୋର‌ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ରେଡ୍ଡୀ କହିଥିଲେ ଯେ, ଆମୁୟଜମେଣ୍ଟ ପାର୍କ କୁ ଆସୁଥିବା ଦର୍ଶକମାନଙ୍କୁ ସୁଟିଂ ସ୍ପଟ୍ ବାରଣ କରାଯିବ । ସୁଟିଂରେ ସମସ୍ତ ବିଶୃଙ୍ଖଳା ଏଡାଇବା ପାଇଁ ଆମେ ବିଭିନ୍ନ ରାସ୍ତା ତିଆରି କରିବୁ। ଯାହା ଦ୍ଵାରା ଦର୍ଶକମାନେ ଗୋଟିଏ ପାର୍ଶ୍ୱରେ ବ
ପଶିପାରିବେ ଏବଂ ଅନ୍ୟ ପାର୍ଶ୍ୱରେ ସୁଟିଂ ଚାଲିପାରିବ।

Leave A Reply

Your email address will not be published.