ମନ କି ବାତରେ କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ କଥା

0

ନୂଆଦିଲ୍ଲୀ(ଆମ ଟିଭି): ଆଜି ଥିଲା ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମ । ଏହି ଅବସରରେ ମୋଦୀ କେନ୍ଦ୍ରାପଡ଼ା କଥା କହିଛନ୍ତି । ‘ଆବର୍ଜନାରୁ ସମ୍ପଦ’ ହେଉଛି ‘ସ୍ବଚ୍ଛ ଭାରତ ଅଭିଯାନ’ର ଗୋଟାଏ ଗୁରୁତ୍ବପୂର୍ଣ୍ଣ ବୈଶିଷ୍ଟ୍ୟ ବୋଲି ଆଜି ‘ମନ୍ କୀ ବାତ୍’ର ୯୮ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ବୟଂ ସହାୟକ ସଙ୍ଗଠନ ଚଳାଉଥିବା ଭଉଣୀ କମଳା ମହାରଣାଙ୍କ କଥା ଉଲ୍ଲେଖ କରି କହିଲେ, ଏହି ସଙ୍ଗଠନର ମହିଳାମାନେ ‘କ୍ଷୀର ପାଉଚ୍’ ଏବଂ ଅନ୍ୟାନ୍ୟ ‘ପ୍ଲାଷ୍ଟିକ୍ ପ୍ୟାକେଜିଙ୍ଗ୍’ ସାମଗ୍ରୀରୁ ଚାଙ୍ଗୁଡ଼ି ଏବଂ ମୋବାଇଲ୍ ଷ୍ଟାଣ୍ଡ୍ ଭଳି ଅନେକ ଜିନିଷ ତିଆରି କରୁଛନ୍ତି। ଏହା ସ୍ବଚ୍ଛତାକୁ ସୁନିଶ୍ଚିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପାଇଁ ଭଲ ଆୟର ଉତ୍ସ ହୋଇପାରିଛି।

ଆମେ ଯଦି ଶପଥ କରିବା, ପରିଚ୍ଛନ୍ନ ଭାରତ ପାଇଁ ଆମେ ବଡ଼ ଅବଦାନ ଦେଇପାରିବା। ପ୍ଲାଷ୍ଟିକ୍ ବ୍ୟାଗ୍ ସ୍ଥାନରେ କପଡ଼ା ବ୍ୟାଗ୍ ବ୍ୟବହାର କରିବା ପାଇଁ ଆମେ ଅନ୍ତତଃ ପ୍ରତିଜ୍ଞା କରିପାରିବା। ଆପଣମାନେ ଜାଣିପାରିବେ ଯେ, ଆପଣଙ୍କ ପ୍ରତିଜ୍ଞା କିଭଳି ଆପଣମାନଙ୍କୁ ଆତ୍ମ ସନ୍ତୋଷ ଦେବା ସହିତ ଅନ୍ୟମାନଙ୍କୁ ପ୍ରେରିତ କରୁଛି।

Leave A Reply

Your email address will not be published.