ତେଲଦର କମିବା ପରେ କମିଲା ବସ୍ ଭଡ଼ା

0

ଭୁବନେଶ୍ବର(ଆମ ଟିଭି): ରାଜ୍ୟରେ ତୈଳଦର କମିବା ପରେ ଗୁରୁବାର ଦିନ ବସ୍ ଭଡ଼ା କମାଯାଇଛି ପରିବହନ ବିଭାଗ। ଏନେଇ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସଂଶୋଧିତ ବସ୍ ଭଡ଼ା ୨୬ତାରିଖରୁ ଲାଗୁ କରିବାକୁ କୁହାଯାଇଛି। ସୂଚନା ମୁତାବକ, କିଲୋମିଟର ପିଛା ସାଧାରଣ ବସ୍ ଭଡ଼ା ୩ ପଇସା ହ୍ରାସ ପାଇଛି। ସେହିପରି କିଲୋମିଟର ପିଛା ଏସି ବସ୍ ଭଡ଼ା ୬ପଇସା କମାଯାଇଛି। ଅର୍ଡିନାରୀ ବସ ଭଡ଼ା ୯୨ରୁ ୮୯ ପଇସାକୁ ହ୍ରାସ ପାଇଛି।ଏକ୍ସପ୍ରେସ ବସରେ ୯୬ରୁ ୯୩ ପଇସା, ଡିଲକ୍ସ ବସରେଟ ୧.୩୫ରୁ ୧.୨୯କୁ ହ୍ରାସ ପାଇଛି। ସେହିପରି ଏସି ଡିଲକ୍ସ ଭଡା ଟ୧.୩୬ରୁ ୧.୫୭ ପଇସାକୁ ହ୍ରାସ ପାଇଛି। ସୁପର ପ୍ରିମିୟମ ଭଡ଼ା ୨ଟଙ୍କା ୫୩ରୁ ୨ ଟଙ୍କା ୪୪ ପଇସା ହ୍ରାସ ପାଇଛି।

Leave A Reply

Your email address will not be published.