ଯୁବ ପ୍ରତିଭା ସନ୍ଧାନରେ କଞ୍ଚା ଲଙ୍କା
ଭୁବନେଶ୍ୱର (ଆମ ଟିଭି):ଦର୍ଶକଙ୍କ ପସନ୍ଦ ମୁତାବକ ଓଡ଼ିଆରେ ଚଳଚ୍ଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ର ଓ ୱେବ୍ ସିରିଜ ଯୋଗାଇ ଆସୁଥିବା ତଥା ଓଡ଼ିଶାର ଘରୋଇ ମନୋରଞ୍ଜନ ଶିଳ୍ପର ସବୁଠାରୁ ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ହୋଇପାରିଛି କେବଳ ‘କଞ୍ଚା ଲଙ୍କା’ । ମନ ଛୁଆଁ କାହାଣୀ ସହ ସ୍ଥାନୀୟ ବିଷୟବସ୍ତୁ ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ଏହା ଜାରି ରଖିଛି ନିରନ୍ତର ପ୍ରୟାସ । ସରଳ ଇଣ୍ଟରଫେସ୍ ସହ ପକେଟ୍ ଫ୍ରେଣ୍ଡଲୀ ସବ୍ସକ୍ରିପ୍ସନ୍ ପ୍ଲାନ ଯାହାକି ବାର୍ଷିକ ୩୪୯ ଟଙ୍କାରେ ଉପଲବ୍ଧ, ଏହା ସହ ଉତ୍କଳ ଦିବସ ଅବସରରେ ଅତିରିକ୍ତ ୧୦୦ ଟଙ୍କା ରିହାତି, ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଗୁଣାତ୍ମକ ମାନର ଚଳଚ୍ଚିତ୍ର ଓ ୱେବ୍ ସିରିଜ୍ ଯୋଗାଉ ଥିବାରୁ ଓଡ଼ିଆ ମନୋରଞ୍ଜନ ଶିଳ୍ପରେ ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିଛି ‘କଞ୍ଚା ଲଙ୍କା’ ।
ତେବେ ଓଡିଆ ମାଟିର ଏହି ଓଟିଟି ପ୍ଲାଟଫର୍ମ ‘କଞ୍ଚା ଲଙ୍କା’ କଲେଜ ଛାତ୍ର ଓ ଛାତ୍ରୀଙ୍କ ପାଇଁ ନେଇ ଆସିଛି ଏକ ସୁବର୍ଣ୍ଣ ସୁଯୋଗ । ଚଳଚ୍ଚିତ୍ର କ୍ଷେତ୍ରରେ ଆଗ୍ରହୀ ଛାତ୍ର ଓ ଛାତ୍ରୀଙ୍କୁ ନିର୍ଦ୍ଦେଶନା, କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ, ଅଭିନୟ, ସ୍କ୍ରିପ୍ଟ ଲେଖା, ସ୍କ୍ରିନ୍ ପ୍ଲେ ଲେଖା, ସଙ୍ଗୀତ ଓ ଅନ୍ୟାନ୍ୟ ଚଳଚ୍ଚିତ୍ର ସମ୍ବନ୍ଧୀୟ କ୍ଷେତ୍ରରେ ଭବିଷ୍ୟତ ଗଢିବାକୁ ପ୍ରେରିତ କରିବା ପାଇଁ ଆୟୋଜନ କରୁଛି “ଓଡ଼ିଶା’ସ୍ ର ଟାଲେଣ୍ଟ” । କଞ୍ଚା ଲଙ୍କା ପ୍ରାୟୋଜିତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ କଞ୍ଚା ଲଙ୍କା ୱେବସାଇଟ୍ ରେ ବିବରଣୀ ସହ ନିଜ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ଅପଲୋଡ଼ କରନ୍ତୁ । ଦାଖଲ ହୋଇଥିବା କ୍ଷୁଦ୍ର ଚଳଚ୍ଚିତ୍ରର ଉପଯୁକ୍ତତା ଓ ରଚନାସତ୍ଵ ଇତ୍ୟାଦି ସମୀକ୍ଷା ପରେ ଏହାକୁ କଞ୍ଚା ଲଙ୍କା ଆପ୍ ରେ ଅପଲୋଡ଼ କରାଯିବ । ବିଜେତାଙ୍କୁ ନଗଦ ପୁରସ୍କାର ରାଶି ସହ ଦାଖଲ ହୋଇଥିବା କ୍ଷୁଦ୍ର ଚଳଚ୍ଚିତ୍ରର ଗୁଣବତ୍ତା ଅନୁଯାୟୀ କଞ୍ଚା ଲଙ୍କାରେ କାମ କରିବା ପାଇଁ ସୁଯୋଗର ସମ୍ଭାବନା ରହିଛି | ବିଷୟବସ୍ତୁର ସମୁଦାୟ ଦର୍ଶକ ସଂଖ୍ୟାକୁ ବିଜେତା ନିର୍ଣ୍ଣୟର କାରକ ରୂପେ ଧରାଯିବ ।
‘କଞ୍ଚା ଲଙ୍କା’ ର ଚେୟାରମ୍ୟାନ୍ ଶ୍ରୀ ଅକ୍ଷୟ ପରିଜା କହିଛନ୍ତି ଯେ, “ଓଡ଼ିଶା’ସ୍ ର ଟାଲେଣ୍ଟ” ର ଉଦ୍ଦେଶ୍ୟ ପ୍ରତିଭାଶାଳୀ ଯୁବ ବ୍ଯକ୍ତିତ୍ବ ଓ ସେମାନଙ୍କ ସାମର୍ଥ୍ୟକୁ ଚିହ୍ନଟ କରିବା । ଓଡ଼ିଆ ମନୋରଞ୍ଜନ ଶିଳ୍ପରେ ଏହି ସୃଜନଶୀଳ ଯୁବ ପ୍ରତିଭାଙ୍କ ଦ୍ବାରା ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବା । କଲେଜ ଯାଉଥିବା ଆଶାବାନ୍ ନିର୍ଦ୍ଦେଶକ, ଅଭିନେତା, ସଙ୍ଗୀତ ନିର୍ଦ୍ଦେଶକ, ଲେଖକ ଏବଂ ଅନ୍ୟାନ୍ୟ ପ୍ରଫେସନାଲଙ୍କୁ ଉପଯୁକ୍ତ ସୁଯୋଗ ଓ ପ୍ଲାଟଫର୍ମ ପ୍ରଦାନ କରିବା” । ଏହି ପ୍ରତିଭାଙ୍କୁ ପ୍ରୋତ୍ସାହିତ କରି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଭବିଷ୍ୟତ ବେଶ ଉଜ୍ଜ୍ଵଳ ହେଇପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।