କଞ୍ଚାଲଙ୍କାରେ ପ୍ରଥମଥର ପାଇଁ ଅଭିନେତ୍ରୀ ଲଭଲି ଓ ବବଲୀ

0

ଭୁବନେଶ୍ୱର, 10l2:କଞ୍ଚାଲଙ୍କା କ୍ଷୁଦ୍ର ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଅଭିନୟ କରୁଛନ୍ତି ଅଭିନେତ୍ରୀ ଲଭଲି ଓ ବବଲୀ । ଭଲେଣ୍ଟାଇନ ଡେ’ ରେ ସ୍କ୍ରିନିଂ ହେବ ଟ୍ରୁଲି ୟୁଅର୍ସ । ପ୍ରେମ ଭିତ୍ତିକ ଏହି ଚଳଚ୍ଚିତ୍ରଟି ଯୁବ ବର୍ଗଙ୍କୁ ବେଶ ଆକର୍ଷଣ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ଲଭଲି, ବବଲୀ ସହ ଅଭିନେତା ଅଙ୍କିତ,ସନ୍ଦିପ୍ ଅଭିନୟ କରୁଛନ୍ତି । ଚଳଚ୍ଚିତ୍ରର ନିର୍ଦେଶନା ଦେଉଛନ୍ତି ରମେଶ ରାଉତ ।

ଏହା ପରେ ପ୍ରତି ମାସରେ କଞ୍ଚାଲଙ୍କାରେ କ୍ଷୁଦ୍ର ଚଳଚ୍ଚିତ୍ର ଷ୍ଟ୍ରିମିଙ୍ଗ ହେବା ବୋଲି ଏହାର ମୁଖ୍ୟ ବିଭୁ ରଥ ସୂଚନା ଦେଇଛନ୍ତି । କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ରେ ଆଗରୁ ଅଭିନେତା ପପୁ ପମପମ ଓ ଅଭିନେତ୍ରୀ ଅଙ୍କିତା ଙ୍କ “ହ୍ୟାଲୋ ରାବଣ”, ଅଭିନେତା ରାଜେଶ ଓ ଅଭିନେତ୍ରୀ ରିୟା ଙ୍କ ” ହଉ ହଉ‌ ହେଇଗଲାରେ” , ଅଭିନେତା ଲୋହିତାକ୍ଷ ଓ ଅଭିନେତ୍ରୀ ସୈମ୍ୟା ଙ୍କ ଟୁ “ଚକଲେଟ୍”, ଅଭିନେତ୍ରୀ ଶ୍ରଦ୍ଧାଙ୍କ “ବ୍ରେକ ଅପ୍ ରୁଲସ୍” ଭଳି ଚଳଚ୍ଚିତ୍ର ଷ୍ଟ୍ରିମିଙ୍ଗ ହୋଇ ଲୋକାଦୃତ ହୋଇଛି।

Leave A Reply

Your email address will not be published.