ରାହୁଲ ଗାନ୍ଧୀଙ୍କୁ ନେଇ ଏପରି କହିଲେ କହ୍ନେୟା କୁମାର

0

ନୂଆଦିଲ୍ଲୀ (ଆମ ଟିଭି): କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରା ଆଜି ଦିଲ୍ଲୀରେ ପହଞ୍ଚିଛି । ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବା ଦିନଠାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟି-ସାର୍ଟକୁ ନେଇ ଚର୍ଚ୍ଚା ଲାଗି ରହିଛି। ପ୍ରଥମେ ସେ ପିନ୍ଧୁଥିବା ଟି-ସାର୍ଟର ଦାମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଏତେ ଶୀତରେ ସେ କେବଳ ଟି-ସାର୍ଟ ପିନ୍ଧି କେମିତି ଯାତ୍ରା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏନେଇ ରାହୁଲଙ୍କୁ ବିଜେପି ଟାର୍ଗେଟ କରିିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ପ୍ରଥମ ଦିନରୁ ହିଁ ଭାରତ ଯୋଡୋ ଯାତ୍ରାରେ ଜଡିତ ଥିବା ଜେଏନୟୁ ଛାତ୍ର ସଂଗଠନର ପୂର୍ବତନ ସଭାପତି ତଥା କଂଗ୍ରେସ ନେତା କହ୍ନୈୟା କୁମାର।

ଜାତୀୟ ଗଣମାଧ୍ୟମ ଏନଡିଟିଭି ପକ୍ଷରୁ ପଚରାଯାଇଥିଲା ଯେ, ଶୀତଦିନେ ସମସ୍ତେ ଜ୍ୟାକେଟ ଏବଂ ସ୍ବେଟର ପିନ୍ଧି ବୁଲୁଛନ୍ତି। ତେବେ ରାହୁଲ ଗାନ୍ଧୀ କେମିତି ଏତେ ଶୀତରେ ଟି-ସାର୍ଟ ପିନ୍ଧି ବୁଲୁଛନ୍ତି? ? ଏହାର ଜବାବରେ କହ୍ନୈୟା କୁମାର କହିଥିଲେ, ରାହୁଲ ଗାନ୍ଧୀଙ୍କ ସହ ବିଜେପିର ବିଶେଷ ସମ୍ପର୍କ ରହିଛି। ବିଜେପି କ୍ରମାଗତ ଭାବରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରୁଛି। ଯେତେବେଳେ ଆପଣ ବାରମ୍ବାର ଟାର୍ଗେଟର ଶିକାର ହୁଅନ୍ତି, ଆପଣଙ୍କ ଶରୀର ଏହାକୁ ସହ୍ୟ କରିବାର କ୍ଷମତା ପାଇଥାଏ।

କହ୍ନୈୟା କୁମାର କହିଛନ୍ତି ଯେ, ଭାରତ ଯୋଡୋ ଯାତ୍ରା ପୂର୍ବରୁ ଲୋକମାନେ ଏହା ଅସମ୍ଭବ ବୋଲି ଭାବିଥିଲେ କିନ୍ତୁ ଏହା ସମ୍ଭବ ବୋଲି ଆମେ ଜାଣିଥିଲୁ। ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ଯେ ମୁଦ୍ରାସ୍ଫୀତି ଏବଂ ବେରୋଜଗାରକୁ ଶେଷ କରିବା ପାଇଁ ସମସ୍ତଙ୍କୁ ମିଳିମିଶି ଖୁସିରେ ବଞ୍ଚିବାକୁ ପଡିବ।

Leave A Reply

Your email address will not be published.