ଇମ୍ରାନ ଖାନଙ୍କ ସହାୟତା କରିବାକୁ ଆଗେଇ ଆସିଲେ କପିଲ ଦେବ ଏବଂ ଗାଭାସ୍କର,

0

ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଲେ କପିଲ ଦେବ ଏବଂ ଗାଭାସ୍କର । ଏକାଠି ହେଲେ ବିଶ୍ୱର ୧୪ ଜଣ ପୂର୍ବତନ କ୍ରିକେଟ୍ ଅଧିନାୟକ । ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା ଖବର ପ୍ରକାଶ ପାଇବା ପରେ ନିରପେକ୍ଷ ବ୍ୟବହାର ପାଇଁ ପାକିସ୍ତାନ ସରକାରଙ୍କୁ କଲେ ଅପିଲ ।

ଇମ୍ରାନଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ପାକିସ୍ତାନ ସରକାରଙ୍କୁ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ଇମ୍ରାନଙ୍କ ଚିକିତ୍ସା ପାଇଁ ତାଙ୍କ ପସନ୍ଦର ଡାକ୍ତର ନିଯୁକ୍ତି କରିବାକୁ ଦାବି କରାଯାଇଛି । ଚିଠିରେ କହିଛନ୍ତି, ଇମ୍ରାନ ଖାନ ଜଣେ ବିଶ୍ୱସ୍ତରୀୟ ଖେଳାଳି । ତାଙ୍କ ଅଧିନାୟକତ୍ବରେ ପାକିସ୍ତାନ ୧୯୯୨ରେ ବିଶ୍ବକପ ଜିତିଥିଲା । ତେଣୁ ତାଙ୍କୁ ଉପଯୁକ୍ତ ସମ୍ମାନ ଏବଂ ମାନବିକ ସହାୟତା ମିଳିବା ଆବଶ୍ୟକ । ଚିଠିରେ ସୁନୀଲ ଗାଭାସ୍କର, କପିଳ ଦେବଙ୍କ ସମେତ ଅଷ୍ଟ୍ରେଲିଆର ଗ୍ରେଗ୍ ଚାପେଲ୍ ଏବଂ ଷ୍ଟିଭ୍ ୱା, ଇୟାନ ଚାପେଲ, ନାସିର ହୁସୈନଙ୍କ ଭଳି ବଡ଼ ବଡ଼ କ୍ରିକେଟରଙ୍କ ସ୍ୱାକ୍ଷର ରହିଛି । ତେବେ ଚିଠି ଲେଖିଥିବା ତାଲିକାରେ ପାକିସ୍ତାନର କୌଣସି ଅଧିନାୟକଙ୍କ ନାମ ନାହିଁ ।

ତୋଷଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୭ ବର୍ଷ ଜେଲଦଣ୍ଡ ଦିଆଯାଇଛି । ଏହି ମାମଲାଟି ୨୦୨୧ ମସିହାରେ ସାଉଦି ଆରବ ସରକାରଙ୍କଠାରୁ ମିଳିଥିବା ମହଙ୍ଗା ଉପହାର ସହିତ ଜଡିତ । ଇମ୍ରାନ ଖାନ ଅଗଷ୍ଟ ୨୦୨୩ରୁ ଜେଲରେ ଅଛନ୍ତି ଏବଂ ଗତ ଏକ ମାସ ଧରି ତାଙ୍କ ବ୍ୟକ୍ତିଗତ ସୂଚନା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

Leave A Reply

Your email address will not be published.