ଆଧୁନିକ ଇତିହାସକୁ ନେଇ ଏମିତି କହିଲେ କପିଲ ଶିବଲ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତ ଅନୁଯାୟୀ ୨୦୧୪ରୁ ଆଧୁନିକ ଭାରତର ଇତିହାସ ଆରମ୍ଭ ହେବା ଉଚିତ ବୋଲି ଆଜି ବରିଷ୍ଠ ଆଡ୍ଭୋକେଟ୍ ତଥା ରାଜ୍ୟସଭା ସାଂସଦ କପିଳ ସିବଲ କହିଛନ୍ତି।
‘ଏନ୍ସିଇଆର୍ଟି’ ପ୍ରଣିତ ୧୨ଶ ଶ୍ରେଣୀ ପାଠ୍ୟ ପୁସ୍ତକରୁ ମୋଗଲ ଦରବାର ସମ୍ପର୍କିତ ପରିଚ୍ଛେଦ (ଲେସନ୍) ବାଦ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ‘ପିଟିଆଇ’ ରିପୋର୍ଟ କରିବା ପରେ ସିବଲ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
‘ଟୁଇଟ୍’ କରି ସିବଲ କହିଛନ୍ତି, ‘ଏନ୍ସିଇଆର୍ଟି’ ପାଠ୍ୟ ପୁସ୍ତକ ଉଠାଇ ଦେଇଥିବା ବିଷୟଗୁଡ଼ିକ ହେଉଛି, ଗାନ୍ଧୀଜୀଙ୍କ ହିନ୍ଦୁ ମୁସଲମାନ ଏକତା ଅନୁସରଣ, ‘ଆର୍ଏସ୍ଏସ୍’ ଉପରେ ନିଷେଧାଦେଶ, ଗୁଜରାଟ ଦଙ୍ଗା ସଂକ୍ରାନ୍ତ ସମସ୍ତ ଦୃଷ୍ଟାନ୍ତ ଓ ସମସାମୟିକ ଭାରତରେ ସାମାଜିକ ଅନ୍ଦୋଳନ ପାଲଟୁଥିବା ପ୍ରତିବାଦ।
ମୋଦୀଙ୍କ ଭାରତ ଅନୁଯାୟୀ ୨୦୧୪ରୁ ଆଧୁନିକ ଭାରତ ଇତିହାସ ଆରମ୍ଭ ହେବା ଉଚିତ ବୋଲି ସିବଲ୍ କହିଛନ୍ତି।