ବାହାନଗା ରୁଟରେ ଗଡ଼ିଲା କରମଣ୍ଡଳ ଏକ୍ସପ୍ରେସ

0

ବାହାନଗା (ଆମ ଟିଭି): ବାହାନଗାରେ ଗଡିଲା କରମଣ୍ଡଳ । ବାଲେଶ୍ୱର ଜିଲ୍ଳା ବାହାନଗା ଷ୍ଟେସନ ଦେଇ କରମଣ୍ଡଳ ଟ୍ରେନ ପାସ୍ କରିଛି । ଚେନ୍ନାଇରୁ ବାହାରି ଶାଲିମାର ଯାଉଛି କରମଣ୍ଡଳ । ଏହି ସମୟରେ ଟ୍ରେନର ଗତି ଖୁବ କମ ରହିଥିଲା । ସୁଚନା ଅନୁସାରେ, ଗତ ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ସହ ତିନୋଟି ଟ୍ରେନର ବାହାନଗା ଷ୍ଟେସନ ନିକଟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଏବେ ସୁଦ୍ଧା ବହୁ ମୃତଦେହ ଚିହ୍ନଟ ହୋଇପାରୁନାହିଁ । ବହୁ ଲୋକ ନିଖୋଜ ଅଛନ୍ତି ।

ତେବେ ଏହି ଘଟଣା ପରେ ଦୀର୍ଘ ୫୧ ଘଣ୍ଟା ରେ ଟ୍ରାକ ମରାମତି କରି ରବିବାର ରାତିରେ ପ୍ରଥମେ ମାଲବାହୀ ଟ୍ରେନ ଗଡିଥିଲା । ଏହାପରେ ସୋମବାର ଦିନ ତିନୋଟି ଟ୍ରେନ ସେହି ଟ୍ରାକରେ ଚାଲିଥିଲା । ଆଉ ଏବେ ବାହାନଗା ଷ୍ଟେସନ ଦେଇ ପାସ୍ କରିଛି କରମଣ୍ଡଳ ଟ୍ରେନ ।

Leave A Reply

Your email address will not be published.