ନୂଆଦିଲ୍ଲୀ (ଆମ ଟିଭି): ଭାରତୀୟ ଜନତା ପାର୍ଟି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କର୍ଣ୍ଣାଟକର ନିଜର ଦୁଇ ବିଧାୟକ ଏସଟି ସୋମଶେଖର ଏବଂ ଏ ଶିବରାମ ହେବାରଙ୍କୁ ଛଅ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି ବିଜେପି ।
ରିପୋର୍ଟ ମୁତାବକ, ବିଜେପିର କର୍ଣ୍ଣାଟକ ଇକାଇର ଅଧ୍ୟକ୍ଷ ବି ୱାଇ ବିଜୟେନ୍ଦ୍ର କହିଛନ୍ତି ଯେ, ଦୁଇ ବିଧାୟକଙ୍କୁ ସେମାନଙ୍କ ପାର୍ଟି ବିରୋଧି କାର୍ଯ୍ୟକଳାପ କାରଣଗୁଡ଼ିକ ପାଇଁ ବହିଷ୍କାର କରାଯାଇଛି । ବିଜେପି ଦୀର୍ଘ ବିଚାର-ବିମର୍ଶ କରିବା ପରେ ନିଷ୍ପତ୍ତି ନିଆଯାଇଛି । ଏସଟି ସୋମଶେଖର କର୍ଣ୍ଣାଟକ ବିଧାନସଭାରୁ ଯଶବନ୍ତପୁରର ପ୍ରତିନିଧିତ୍ବ କରୁଥିବା ବେଳେ ଏ ଶିବରାମ ହେବ୍ବାର ୟେଲ୍ଲାପୁରର ପ୍ରାର୍ଥୀ ରହିଥିଲେ ।
ପାର୍ଟିର କେନ୍ଦ୍ରୀୟ ଅନୁଶାସନ ସମିତି ସଦସ୍ୟ ସଚିବ ଓମ ପାଠକ ହେବ୍ବାର ଅଧିକାରୀଙ୍କୁ ଚିଠି ପଠାଇଥିଲେ । ଏହି ପଦକ୍ଷେପ ପାର୍ଟିର ଅନୁଶାସନ ବାରମ୍ବାର ଉଲ୍ଲଙ୍ଘନ କରିବା ଯୋଗୁଁ ଦଳରୁ ବହିଷ୍କାର କରାଯାଇଛି । ଏହାସହିତ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇବାକୁ କୁହାଯାଇଛି ।
ସୂଚନାଯୋଗ୍ୟ, ବିଧାୟକ ଦୁହେଁ ବିଜେପି ସରକାରରେ ମନ୍ତ୍ରୀ ଥିଲେ । କିନ୍ତୁ କଂଗ୍ରେସ ଶାସନକୁ ଆସିବା ମାତ୍ରେ ହେବ୍ବାର ଏବଂ ସୋମଶେଖର ପାର୍ଟିରୁ ଅଲଗା ହୋଇଥିଲେ । ଏହା ପୂର୍ବରୁ କଂଗ୍ରେସରେ ସେମାନେ ରହିଥିଲେ । ୨୦୧୯ରେ ଅପରେସନ ଲୋଟସ ସମୟରେ ବିଜେପିରେ ସାମିଲ ହୋଇଥିଲେ ।