ଚର୍ଚ୍ଚାରେ କର୍ଣ୍ଣାଟକା ବିଜେପି ବିଧାୟକ

0

ଚର୍ଚ୍ଚାରେ କର୍ଣ୍ଣାଟକା ବିଜେପି ବିଧାୟକ ବାସନଗୌଡ଼ା ପାଟିଲ ୟାତନାଲ। ଜବାହରଲାଲ ନେହରୁ ଦେଶର ପ୍ରଧାନମନ୍ତ୍ରୀ ନୁହନ୍ତି ବୋଲି ସେ କହିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ଗୋଟିଏ ଜନସଭାକୁ ସମ୍ବୋଧନ କରି କହିଛନ୍ତି ଯେ “ନେହରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନଥିଲେ। ସୁଭାଷ ଚନ୍ଦ୍ର ବୋଷ ହିଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ। ସୁଭାଷ ବୋଷ ବ୍ରିଟିଶରଙ୍କ ମନରେ ଭୟ ସୃଷ୍ଟି କରିଥିବାରୁ, ସେମାନେ ବାଧ୍ୟ ହୋଇ ଭାରତ ଛାଡ଼ି ଦେଇଥିଲେ।

ବାବାସାହେବ ଗୋଟିଏ ବହିରେ କହିଥିଲେ ଯେ ଆମେ ଆମରଣ ଅନଶନ ଯୋଗୁ ସ୍ୱାଧୀନତା ପାଇ ନଥିଲୁ। ଗୋଟିଏ ଗାଲକୁ ଚାପୁଡ଼ା ମାରିଲେ, ଆଉ ଗୋଟିଏ ଗାଲ ଦେଖାଇବା କାରଣ ପାଇଁ ଆମେ ସ୍ୱାଧୀନତା ପାଇନାହୁଁ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଂରେଜମାନଙ୍କ ମନରେ ସୃଷ୍ଟି କରିଥିବା ଭୟ ଯୋଗୁ ଆମେ ସ୍ୱାଧୀନତା ପାଇଛୁ।” ସେ ଆହୁରି କହିଛନ୍ତି, “ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବ୍ରିଟିଶ ଦେଶ ଛାଡ଼ିଥିଲେ। ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଏହି ସମୟରେ ଦେଶର କିଛି ଅଂଶ ସ୍ୱାଧୀନତା ପାଇଥିଲା। ସେମାନଙ୍କର ନିଜସ୍ୱ ମୁଦ୍ରା, ପତାକା ଓ ଜାତୀୟ ସଂଗୀତ ଥିଲା।

ଖାସ ଏହି କାରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ କହୁଛନ୍ତି ଯେ ନେହରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନୁହନ୍ତି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହିଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ।

Leave A Reply

Your email address will not be published.