ସିବିଆଇ ନିର୍ଦ୍ଦେଶକ ହେଲେ କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ

0

ନୂଆଦିଲ୍ଲୀ (ଆମ ଟିଭି): କର୍ଣ୍ଣାଟକ ଡିଜିପିଙ୍କୁ ମିଳିଲା ବଡ଼ ଦାୟିତ୍ୱ । ସିବିଆଇ ନିର୍ଦ୍ଦେଶକ ହେଲେ କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ୍ । ଆସନ୍ତା ଦୁଇ ବର୍ଷ ପାଇଁ କାର୍ୟ୍ୟଭାର ସମ୍ଭାଳିବେ ପ୍ରବୀଣ ସୁଦ୍ । କର୍ଣ୍ଣାଟକ ନିର୍ବାଚନ ବେଳେ ଚର୍ଚ୍ଚାରେ ଥିଲେ ପ୍ରବୀଣ । ଏବେ ସିବିଆଇ ନିର୍ଦ୍ଦେଶକ ଥିବା ସୁବୋଧ କୁମାର ଜୈଶଓ୍ୱାଲ ଆସନ୍ତା ୨୫ ତାରିଖରେ ଅବସର ନେବେ । ତାପରେ ଦାୟିତ୍ୱ ନେବେ ପ୍ରବୀଣ ସୁଦ୍ । କର୍ଣ୍ଣାଟକ ନିର୍ବାଚନ ବେଳେ ବେଶ୍ ଚର୍ଚ୍ଚାରେ ଥିଲେ ପୋଲିସ ଡିଜି ପ୍ରବୀଣ ସୁଦ୍ । କଂଗ୍ରେସ ନେତା ଡିକେ ଶିବକୁମାର ଆଣିଥିଲେ ବଡ଼ ଅଭିଯୋଗ । ବିଜେପି ନେତାଙ୍କୁ ସୁହେଇଲା ଭଳି କାମ କରୁଥିଲେ ପୋଲିସ ଡିଜି । ବିଜେପି ନେତାଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଥିଲେ ।

କେବଳ କଂଗ୍ରେସ ନେତାଙ୍କ ବିରୋଧରେ ରୁଜୁ କରୁଥିଲେ ମାମଲା । ବିନା କାରଣରେ ପ୍ରବୀଣ ବିରୋଧୀ କଂଗ୍ରେସକୁ ଅଯଥାରେ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା । ଏଭଳି ଚର୍ଚ୍ଚା ଭିତରେ ପ୍ରବୀଣ ସୁଦ୍ ସିବିଆଇ ମୁଖ୍ୟ ହେବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.