କାର୍ତ୍ତିକ ବ୍ରତ: ହବିଷିଆଳିଙ୍କ ପାଇଁ ହେବ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା

0

ଚଳିତ ବର୍ଷ କାର୍ତ୍ତିକ ବ୍ରତ ଅବସରରେ ପୁରୀରେ ହବିଷିଆଳି ମା’ମାନଙ୍କ ଆଗମନ ସହିତ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହେବ। ଏହାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ।

ଏସ୍‌ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶାନୁସାରେ, ହବିଷିଆଳି ମା’ମାନଙ୍କ ପାଇଁ ସ୍ବତନ୍ତ୍ର ପୋଲିସ ବ୍ୟବସ୍ଥା ସହ ସମସ୍ତ ହବିଷିଆଳି କେନ୍ଦ୍ରରେ ପୋଲିସ ମୁତୟନ କରାଯିବ। ଶ୍ରୀମନ୍ଦିର ପରିସର, ସିଂହଦ୍ୱାର ଅଞ୍ଚଳ, ଗ୍ରାଣ୍ଡରୋଡ୍‌ ଓ ସମୁଦ୍ରତଟରେ ବିଶେଷ ପ୍ରତିରକ୍ଷା ବ୍ୟବସ୍ଥା ରହିବ।

ଭିଡ଼ ଓ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପୋଲିସ କର୍ମଚାରୀ ନିୟୋଜିତ ହେବେ। ସମସ୍ତ ଥାନା ବିଶେଷକରି ସିଂହଦ୍ୱାର, ବଳିଆପଣ୍ଡା, ତାଳବଣିଆ, କୁମ୍ଭାରପଡ଼ା, ସମୁଦ୍ରକୂଳ ଓ ଟ୍ରାଫିକ୍‌ ଥାନାରେ ଅତିରିକ୍ତ ପୋଲିସ ପ୍ରସ୍ତୁତ ରହିବେ। ସିସିଟିଭି ନିରୀକ୍ଷଣ ଓ ନିୟମିତ ପାଟ୍ରୋଲିଂ ବ୍ୟବସ୍ଥା ହେବ। କାର୍ତ୍ତିକ ବ୍ରତ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ଏସ୍‌ପିଙ୍କ ଅଧ୍ୟକ୍ଷତାରେ ବିଶେଷ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା।

Leave A Reply

Your email address will not be published.