ନୂଆ ଓଡ଼ିଆ ଚଳଚ୍ଚିତ୍ର କେଦାର ଗୌରୀ

0

କେଦାର ଗୌରୀ ସିନେମାଟି ପ୍ରସିଦ୍ଧ ଓଡ଼ିଆ କବିବର ରାଧାନାଥ ରାୟଙ୍କ କାଳଜୟୀ କାବ୍ୟ “କେଦାର ଗୌରୀ” ଉପରେ ପର୍ଯ୍ୟବେସିତ | ଏଇ ପ୍ରଖ୍ୟାତ କବିତାକୁ ଏକ ନୂଆ ଢଙ୍ଗରେ ଦର୍ଶକଙ୍କ ଆଗରେ ଭେଟି ଦେବାକୁ ସିନେମାଟିର ନିର୍ଦ୍ଦେଶକ ଅଣ୍ଟା ଭିଡିଛନ୍ତି | ତେବେ ସିନେମାଟିର ନିର୍ମାଣ ସମୟରେ ମୂଳ କବିତାର ମୌଳିକତାକୁ ରକ୍ଷା କରିବାକୁ ନିର୍ଦ୍ଦେଶକ ତଥା ପୁରା ଟିମ ତରଫରୁ ଚେଷ୍ଟା କରାଯାଇଛି |

୬୦ ଦଶକର ଓଡ଼ିଆ ଗ୍ରାମ୍ୟ ଜୀବନ ଉପରେ ଆଧାରିତ ଏଇ ଚଳଚିତ୍ର ପ୍ରେମ, ବିରହ, ସମବେଦନା, ପ୍ରତିଶୋଧ, ତ୍ୟାଗ ଓ ସମର୍ପଣ ପରି ମାନବିକ ଆବେଗକୁ ବଡ ପରଦାରେ ସୁନ୍ଦର ଓ ସାବଲୀଳ ଭାବରେ ଦର୍ଶେଇବ ବୋଲି ଆଶା କରାଯାଉଛି | ବ୍ରଜଲକ୍ଷ୍ମୀ ମୁଭିଜ୍ ର ପ୍ରଥମ ଅବଦାନ କେଦାର ଗୈାରୀ। ବିଶ୍ବଜିତ ପଣ୍ଡା ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବିକାଶ ଦାସ। ଅସିତ୍ ଓ ବୈଶାଳୀ ଅଭିନୀତ ଏ ଚଳଚ୍ଚିତ୍ର ରେ ପ୍ରଡକ୍ସନ ଡିଜାଇନର ଅଛନ୍ତି ଚିତ୍ତରଞ୍ଜନ ଆଚାର୍ଯ୍ୟ। କ୍ରିଏଟିଭ ହେଡ ଅଛନ୍ତି ପ୍ରଣୟ ଜେଠୀ।

Leave A Reply

Your email address will not be published.