ବର୍ଷା ପାଇଁ ସ୍ଥଗିତ ରହିଲା କେଦାରନାଥ ଯାତ୍ରା

0

ନୂଆଦିଲ୍ଲୀ ( ଆମ ଟିଭି): ସାରା ଦେଶରେ ଏବେ ପାଗ ଅତ୍ୟନ୍ତ କୋହଲା ରହିଛି । ତାତିରୁ ନିସ୍ତାର ମିଳିଛି । ଅନେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ କେଦାରନାଥକୁ ପାଦରେ ଚାଲି ଚାଲି ଯାଉଥିବା ଯାତ୍ରୀଙ୍କ ପାଇଁ ଲଗାଣ ବର୍ଷା ପ୍ରତିବନ୍ଧକ ସାଜିଛି । ଖରାପ ପାଗ ଓ ରାସ୍ତା ଖରାପକୁ ନଜରରେ ରଖି କେଦାରନାଥ ଯାତ୍ରା ସ୍ଥଗିତ ରଖାଯାଇଛି । ରବିବାର ସକାଳରୁ କେଦାରନାଥ ଧାମ ସହିତ ପାଦଚଲା ରାସ୍ତା ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ବର୍ଷାକୁ ନଜରରେ ରଖି ପ୍ରଶାସନ ତରଫରୁ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ପାଗ ବଦଳିବା ପରେ ପୁଣି ଯାତ୍ରା ଆରମ୍ଭ ହେବ ବୋଲି କୁହାଯାଇଛି । ସୋନପ୍ରୟାଗ ଠାରେ ୫ ହଜାର ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଥିବା ବେଳେ ଗୌରୀକୁଣ୍ଡ ନିକଟରେ ୩ ହଜାର ଯାତ୍ରୀଙ୍କୁ ରଖା ଯାଇଛି ।

ଏସବୁ ଭିତରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମୀ ବିପର୍ୟ୍ୟୟ ପ୍ରଶମନ ବିଭାଗ ସହାୟତାରେ ଖବର ନେଇଛନ୍ତି । ଏହାସହ ପାଗକୁ ନଜରରେ ରଖି ଚାରିଧାମ ଯାତ୍ରା କରୁଥିବା ଯାତ୍ରୀ ଆଗକୁ ବଢନ୍ତୁ ବୋଲି ସେ ଅପିଲ କରିଛନ୍ତି । ବିପର୍ୟ୍ୟୟ ପ୍ରଶମନ ସଚିବ ରଞ୍ଜିତ କୁମାର ସିହ୍ନା ସହିତ ବିଭାଗୀୟ ଅଧିକାରୀଙ୍କ ସହ ପାଗ ଉପରେ ଜରୁରୀ ଖବର ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଚାରିଧାମକୁ ସହ ଯୋଡି ହୋଇଥିବା ଜିଲ୍ଲାର ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଧାମୀ ମଧ୍ୟ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.