ଭୁବନେଶ୍ୱର (ଆମ ଟିଭି): ସାରା ଦେଶରେ କରୋନାକୁ ନେଇ ଭୟବହତା ଦେଖିବାକୁ ମିଳୁଛି । ଏହାକୁ ନେଇ କେନ୍ଦ୍ର ସରକାର ନୂଆ କଟକଣା ଲଗାଇଲେଣି । ଏହାରି ଭିତରେ ପ୍ରସ୍ତୁତ ରହିବାକୁ ସବୁ ରାଜ୍ୟକୁ ସୂଚନା ଦେଇଛନ୍ତି । ହସ୍ପିଟାଲରେ ଆବଶ୍ୟକ ବେଡ୍ ସହ ଯଥେଷ୍ଟ ଅକ୍ସିଜେନ ଓ ଭେଂଟିଲେଟର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପଟେ ଭୟ କରିବାର କିଛି କାରଣ ନାହିଁ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ତେବେ ଯଦିଓ କରୋନାର ନୂଆ ଭ୍ୟାରିଏଣ୍ଟର ମ୍ୟୁଟିଲେସନ୍ ଅଧିକ ରହିଛି କିନ୍ତୁ ଏହା ଘାତକ ନୁହେଁ । ତେଣୁ ଆତଙ୍କ ଖେଳାଇବା ଭଳି କୌଣସି କଥାକୁ ପ୍ରଚାର ନରିବାକୁ ସେ ଅନୁରୋଧ କରିଛନ୍ତି । ଓଡିଶାରେ ୪ଟି ଲହରରେ ଆମ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଅଛି । ତେଣୁ ଏଫବି .୭ର ମଧ୍ୟ ଫାଟାଲିଟି ଓ ମୋଟାଲିଟି ବିଶେଷ ନାହିଁ ।