ଉଦ୍ଧବଙ୍କୁ ଭେଟିଲେ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ

0

ମୁମ୍ବାଇ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଶୁକ୍ରବାର ଦିନ ମୁମ୍ବାଇରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ଅବସରରେ ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକ୍‌ରେ ମଧ୍ୟ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ପ୍ରାୟ ଘଣ୍ଟାଏ ଧରି ଆଲୋଚନା ହୋଇଥିଲା । ଏହାପରେ ଉଦ୍ଧବ ଓ କେଜ୍ରିୱାଲ ଗଣମାଧ୍ୟମକୁ ମିଳିତ ଭାବେ କହିଥିଲେ ଯେ କେନ୍ଦ୍ର ସରକାର ଦେଶକୁ ପୁଂଜିପତିଙ୍କ ନିକଟରେ ବନ୍ଧା ପକାଇ ଦେଇଛନ୍ତି ଏବଂ ଏଥିରେ ପରିବର୍ତ୍ତନ ପାଇଁ ସମସ୍ତଙ୍କୁ ଏକଜୁଟ ହେବାକୁ ପଡ଼ିବ।

Leave A Reply

Your email address will not be published.