କେଜରିଓ୍ବାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ନାହିଁ ଆଶ୍ୱସ୍ତି

0

ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଜାମିନ ଉପରେ ରୋକ ଲଗାଇଛନ୍ତି। ବର୍ତ୍ତମାନ ଜାମିନ ଉପରେ ରୋକ ବିରୋଧରେ କେଜରିୱାଲ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ସୁପ୍ରିମକୋର୍ଟରେ ଜଷ୍ଟିସ ମନୋଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଥିବା ଅବକାଶ ପୀଠ ଦ୍ୱାରା ସୋମବାର ଏହି ମାମଲାର ଶୁଣାଣି ହୋଇଥିଲା। ଏହି ସମୟରେ, ଏଏସଜି ତୁଷାର ମେହେଟ୍ଟା ଇଡି ପକ୍ଷରୁ ଯୁକ୍ତି ବାଢିଥିଲେ। ଅରବିନ୍ଦ କେଜରିୱାଲଙ୍କ ପକ୍ଷରୁ ମନୁ ସିଂଘବି ଯୁକ୍ତି କରିଥିଲେ। ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଆସନ୍ତା ସପ୍ତାହରେ ଏହାକୁ ଶୁଣିବା। ଥରେ ହାଇକୋର୍ଟଙ୍କ ନିଷ୍ପତ୍ତି ଆସିଯାଉ। ଦିନକ ପରେ ଏହି ମାମଲାର ଶୁଣାଣି ହେବ।

Leave A Reply

Your email address will not be published.