କେଜରିଓ୍ବାଲଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଝଟକା

0

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଝଟକା ଲାଗିଛି। ମଧ୍ୟବର୍ତ୍ତୀକାଳୀନ ଜାମିନ ବୃଦ୍ଧି କରିବାକୁ ସେ ଏକ ପିଟିସନ ଦାଖଲ କରିଥିଲେ, ଯାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି କୋର୍ଟ। କେଜରିୱାଲଙ୍କ ଆବେଦନକୁ କୋର୍ଟ ରେଜିଷ୍ଟ୍ରି ମନା କରିଦେଇଛନ୍ତି। ଯେହେତୁ କେଜରିୱାଲଙ୍କୁ ନିୟମିତ ଜାମିନ ପାଇଁ ଟ୍ରାଏଲ କୋର୍ଟକୁ ଯିବାର ସ୍ବାଧୀନତା ଦିଆଯାଇଛି। ଏଭଳି ପରିସ୍ଥିତିରେ ତାଙ୍କର ଆବେଦନ ଶୁଣାଣି ଯୋଗ୍ୟ ନୁହେଁ ବୋଲି କୁହାଯାଇଛି। ବର୍ତ୍ତମାନ ସିଏମ କେଜରିୱାଲଙ୍କୁ ଜୁନ ୨ରେ ଆତ୍ମସମର୍ପଣ କରିବାକୁ ପଡ଼ିବ।

ସିଏମ କେଜରିଓ୍ବାଲଙ୍କୁ ମେ ୧୦ରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପକାନ ଦତ୍ତଙ୍କ ଦ୍ୱାରା ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା। ଏବଂ ଜୁନ ୨ରେ ତିହାର ଜେଲରେ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। ମେ ୧୭ରେ, PMLA ମାମଲାରେ ଇଡି ଦ୍ୱାରା ଦାଖଲ ହୋଇଥିବା ଗିରଫଦାରୀ ବୈଧତାକୁ ଚ୍ୟାଲେଞ୍ଜ କରି ବେଞ୍ଚ ତାଙ୍କ ରାୟ ସଂରକ୍ଷଣ କରିଥିଲେ। ମଙ୍ଗଳବାର ସୁପ୍ରିମକୋର୍ଟର ଅନ୍ୟ ଏକ ବେଞ୍ଚ କେଜରିୱାଲଙ୍କ ଆବେଦନ ଶୁଣିବାକୁ ମନା କରିବା ସହ ତାଙ୍କୁ CJI DY Chandrachud ଙ୍କ ନିକଟକୁ ଯିବାକୁ କହିଛନ୍ତି।

Leave A Reply

Your email address will not be published.