କେଜ୍ରିୱାଲଙ୍କୁ କୋର୍ଟରୁ ବଡ଼ ଝଟକା

0

ନୂଆଦିଲ୍ଲୀ(ଆମ ଟିଭି): ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଇଡି ନୋଟିସକୁ ଅଣଦେଖା କରୁଥିବା ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ପର୍ୟ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଇଡି ଦ୍ୱାରା ୫ଟି ସମନ ଜାରି କରାଯାଇ ଥିଲେ ମଧ୍ୟ ସେ ଏପର୍ୟ୍ୟନ୍ତ ପଚରାଉଚରା ପାଇଁ ହଜାର ହୋଇ ନାହାନ୍ତି ।

ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ୫ ଟି ନୋଟିସ ସତ୍ତ୍ୱେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ହାଜର ନହେବା ବିରୋଧରେ ରାଉସ୍ ଆଭେନ୍ୟୁ କୋର୍ଟରେ ଇଡି ପକ୍ଷରୁ ଏକ ପିଟିସନ ଦାଖଲ କରାଯାଇଥିଲା। ବୁଧବାର ଏହି ମାମଲାରେ କୋର୍ଟ ଏହାର ରାୟ ଦେଇଛନ୍ତି। ଫେବୃଆରୀ ୧୭ ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବ୍ରିକ୍ସର ଚତୁର୍ଥ ସବୁଠୁ ଧନୀ ସହର ମାୟାନଗରୀ ମୁମ୍ବାଇ , ଏହି ତାଲିକାରେ ଆଉ କେଉଁ ସହର ଅଛି ଜାଣନ୍ତୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟ ପଠାଇଥିବା ବିଜ୍ଞପ୍ତିରେ ଆପ୍ ର ବିବୃତ୍ତି ଆସିଛି । ଦଳ କହିଛି ଯେ ଆମେ କୋର୍ଟଙ୍କ ନିର୍ଦ୍ଦେଶକୁ ଗ୍ରହଣ କରୁଛୁ । ଏହା ପରେ ଆମେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବୁ । ଦଳ କହିଛି ଯେ ଇଡିର ସମସ୍ତ ଡାକରା କିପରି ବେଆଇନ ଥିଲା ଆମେ କୋର୍ଟଙ୍କୁ କହିବୁ ।

Leave A Reply

Your email address will not be published.