ସିବିଆଇ ଅଫିସରେ ପହଞ୍ଚିଲେ କେଜ୍ରିୱାଲ

0

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପଚରା ଉଚରା ପାଇଁ ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ‘ସିବିଆଇ’ ମୁଖ୍ୟାଳୟରେ ହାଜର ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଏଥିପାଇଁ ଶୁକ୍ରବାର ଦିନ ‘ସିବିଆଇ’ ତାଙ୍କ ନିକଟକୁ ସମନ୍‌ ପଠାଇଥିଲା।

‘ସିବିଆଇ’ ଅଫିସ୍‌ରେ ହାଜର ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ଗାନ୍ଧୀଜୀଙ୍କ ସମାଧିସ୍ଥଳ ରାଜ ଘାଟ ପରିଦର୍ଶନ କରି କହିଲେ, ଦେଶ-ବିରୋଧୀ ବଳ ଭାରତର ଉନ୍ନତି ଚାହୁଁ ନାହାନ୍ତି। ଦିଲ୍ଲୀରେ ବିଜୁଳିଶକ୍ତି ଓ ଶିକ୍ଷା କ୍ଷେତ୍ରରେ ‘ଆପ୍‌’ ସରକାରଙ୍କ କୃତ୍ବିତ୍ବର ଦୃଷ୍ଟାନ୍ତ ଦେଇ ସେ କହିଲେ, ଦିଲ୍ଲୀରେ ସାମଗ୍ରିକ ବିକାଶ ଆରମ୍ଭ ହୋଇଛି।

‘ସିବିଆଇ’ର କାର୍ଯ୍ୟାନୁଷ୍ଠାନ ଦେଶର ଅଭିବୃଦ୍ଧିରେ ବାଧା ଦେବ ବୋଲି ସୂଚାଇ ସେ ପୁଣି କହିଲେ, ଭାରତ ୧ ନମ୍ବର ହୋଇ ପାରିବ ବୋଲି ଆଶା ଜନ୍ମିଛି, କିନ୍ତୁ ଦେଶ-ବିରୋଧୀ ବଳ ଭାରତର ଅଭିବୃଦ୍ଧି ଚାହାଁନ୍ତି ନାହିଁ। ଏ ପ୍ରତିବନ୍ଧକ ମୋ ଅଗ୍ରଗତିରେ ବାଧା ଦେଇ ପାରିବ ନାହିଁ।

ସେପଟେ, ସମଗ୍ର ଦିଲ୍ଲୀରେ ‘ଆପ୍‌’ ନେତା ଓ କର୍ମୀମାନେ ‘ସିବିଆଇ’ ବିପକ୍ଷରେ ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି। ସେହିପରି, ଲୋକପ୍ରିୟ ଚଳଚ୍ଚିତ୍ର ‘ପୁଷ୍ପା’ର ପୋଷ୍ଟର୍‌ ଭଳି ପୋଷ୍ଟର୍‌ ଟୁଇଟ୍‌ କରି ‘ଆପ୍‌’ ଲେଖିଛି: ‘‘କେଜ୍ରିୱାଲ୍‌ ରୁକେଗା ‌ନେହିଁ।’’ (କେଜ୍ରିୱାଲ୍‌ ଅଟକି ଯିବନି)

Leave A Reply

Your email address will not be published.