ରାମଲିଲା ମଇଦାନରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ କେଜ୍ରିୱାଲ
ନୂଆଦିଲ୍ଲୀ: ଆଜି ରାମଲିଲା ମଇଦାନରେ ଆମ୍ ଆଦମୀ ପାର୍ଟିର ମେଗା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶକୁ ସମ୍ବୋଧିତ କରୁଥିବାବେଳେ ସିଏମ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ କଡ଼ା ଟାର୍ଗେଟ କରୁଛନ୍ତି । କେଜ୍ରିୱାଲ କହିଛନ୍ତି ଯେ ଦେଶର ଲୋକଙ୍କ ଅଧିକାର ଛଡ଼ାଇ ନେଇଥିବା କେନ୍ଦ୍ର ସରକାରଙ୍କ ଏକଛତ୍ରବାଦୀ ନିୟମ ବିରୁଦ୍ଧରେ ଗତକାଲି ଦିଲ୍ଲୀର ଲୋକମାନେ ରାମଲିଲା ମଇଦାନରେ ଏକଜୁଟ ହୋଇଛନ୍ତି । ସମ୍ବିଧାନ ଏବଂ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏହି ରାଲିର ଆୟୋଜନ କରାଯାଇଛି ।
କେଜ୍ରିୱାଲ କହିଛନ୍ତି, ୧୨ ବର୍ଷ ପୂର୍ବ? ଏହି ଭୂମିରେ ଆମେ ଦୁର୍ନୀତି ବିରୋଧରେ ଏକାଠି ହୋଇଥିଲୁ ଏବଂ ଆଜି ସମାନ ଭୂମିରେ ୧୨ ବର୍ଷ ପରେ ପୁଣି ଥରେ ଏକ ଅହଂକାରୀ ଶାସକଙ୍କୁ ହଟାଇବା ପାଇଁ ଏକାଠି ହୋଇଛୁ ।କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀର ଲୋକଙ୍କ ଅଧିକାର ବିଷୟରେ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି ।