ଇସ୍ତଫା ଦେବେ ନାହିଁ କେଜ୍ରିୱାଲ

0

ଜାମିନ ଖାରଜ ହେବା ପରେ ଏବେ ଏପ୍ରିଲ ୧୫ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏବେ ସେ ତିହାର ଜେଲରେ ବନ୍ଦୀ ଥିବା ବେଳେ ଖୁବଶୀଘ୍ର ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚ‌ା ହେଉଛି। ଏମଧ୍ୟରେ ଆପର ୬ମନ୍ତ୍ରୀଙ୍କ ସମେତ ୫୫ବିଧାୟକ କେଜ୍ରିୱାଲଙ୍କ ପତ୍ନୀ ସୁନୀତାଙ୍କୁ ଭେଟି ତାଙ୍କ ‌ମନୋବଳ ଦେଇଛନ୍ତି। ଏହା ସହ କେଜ୍ରିୱାଲ ଇସ୍ତଫା ନଦେଇ ଜେଲରୁ ସରକାର ଚଳାନ୍ତୁ ବୋଲି କହିଛନ୍ତି।

ମଙ୍ଗଳବାର ଦିନ ଦଳର ବିଧାୟକମାନେ ସୁନୀତା କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ ବୋଲି ଜଣାଯାଇଛି। ଦେଖା କରିବା ସହ ବିଧାୟକମାନେ ସୁନୀତା କେଜ୍ରିୱାଲଙ୍କୁ ଆଶ୍ବାସନା ଦେଇଥିଲେ ଯେ ଦିଲ୍ଲୀର ଦୁଇ କୋଟି ଲୋକ କେଜ୍ରିୱାଲଙ୍କ ସହ ଛିଡା ହୋଇଛନ୍ତି।

ଏହା ପୂର୍ବରୁ ଆପ୍ ନେତ୍ରୀ ଅତିଶି ମାର୍ଲେନା ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିଥିଲେ। ସେ ଦାବି କରିଥିଲେ ଯେ, “କେଜ୍ରିୱାଲ ଜେଲ୍ ଯିବା ପରେ ବିଜେପି ତାଙ୍କୁ ଧମକ ଦେବା ଆରମ୍ଭ କରିଛି। ଆମ ଦଳରେ ଯୋଗ ଦିଅ, ନହେଲେ ମାସେ ଭିତରେ ଗିରଫ ହେବ ବୋଲି ବିଜେପି ଧମକ ଦେଉଥିବା କହିଛନ୍ତି ଅତିଶି। ‌ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏବଂ ବିଜେପି ନିଷ୍ପତ୍ତି ନେଇସାରିଛନ୍ତି ଯେ ସେମାନେ ଆମ୍ ଆଦମୀ ପାର୍ଟି ଏବଂ ଏହାର ସମସ୍ତ ନେତାଙ୍କୁ ତଳିତଳାନ୍ତ କରିବେ ଓ ଜେଲ୍ ପଠାଇବେ। ମୋର ଅତି ଘନିଷ୍ଠ ବ୍ୟକ୍ତି ମୋତେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ଆପ୍ ନେତାଙ୍କୁ ଜେଲ ପଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସତ୍ୟେନ୍ଦ୍ର ଜୈନ, ମନୀଷ ସିସୋଦିଆ, ସଞ୍ଜୟ ସିଂଙ୍କଠାରୁ ଆରମ୍ଭ କରି ଏବେ ସେମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛନ୍ତି। କିନ୍ତୁ ବର୍ତ୍ତମାନ ସେମାନେ ଅନ୍ୟ ଚାରିଜଣ ବରିଷ୍ଠ ନେତାଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି। ସେମାନେ ହେଲେ ରାଘବ ଚଢ଼ା, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ ଏବଂ ମୁଁ।”

Leave A Reply

Your email address will not be published.