ଗାନ୍ଧୀନଗର (ଆମ ଟିଭି): ପ୍ରଥମେ ଦିଲ୍ଲୀ, ପରେ ପଞ୍ଜାବ ଓ ଏବେ ଗୁଜୁରାଟ ଦଖଲ କରିବାକୁ ଯୋଜାନା କରୁଛି ଆପ୍ । ଗୁଜୁରାଟରେ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ସବୁ ଦଳ ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସେହିକ୍ରମରେ ଆପ୍ ବି ତାର ରଣନୀତି ପ୍ରସ୍ତୁତ କରିବାରେ ଳାଗିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳର ସଂଯୋଜକ ଅରବିନ୍ଦ କେଜରିୱାଲ ସୁରଟରେ ଦଳର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି । ସବୁସ୍ଥାନରେ ବିଜୁଳିକୁ ଅସ୍ତ୍ର କରି ନିର୍ବାଚନ ଲଢୁଥିବା ଆପ୍ ଗୁଜୁରାଟରେ ମଧ୍ୟ ବିଜୁଳିକୁ ମୁଦ୍ଦା କରିଛି ।
ଦଳ ତରଫରୁ ଘୋଷଣା କରାଯାଇଛି ଯେ ସରକାର ଗଠନ ହେବାର ୩ ମାସ ମଧ୍ୟରେ ଏଠାରେ ୩ ଶହ ୟୁନିଟ ଯାଏ ବିଜୁଳି ମାଗଣାରେ ପ୍ରଦାନ କରାଯିବ । ଏହା ଛଡା ରାଜ୍ୟରେ ୨୪ ଘଣ୍ଟା ବିଜୁଳି ଲୋକଙ୍କୁ ମିଳିବ । ସବୁଠାରୁ ବଡ ଘୋଷଣା ହେଉଛି ଡିସେମ୍ବର ୩୧ ଯାଏ ବାକି ଥିବା ସମସ୍ତ ବିଲକୁ ଛାଡ କରାଯିବ । ଯଦି ଆପ୍ ଗୁଜୁରାଟରେ ସରକାର ଗଠନ କରେ ତେବେ ଏହି ସବୁ ସୁବିଧା ଗୁଜୁରାଟବାସୀ ପାଇବେ । ପୂର୍ବରୁ ଦିଲ୍ଲୀ ଓ ପଞ୍ଜାବରେ ମଧ୍ୟ ଏହି ଘୋଷଣା ହୋଇସାରିଛି ।