କେଜ୍ରିୱାଲଙ୍କ ବଡ ଘୋଷଣା ଏଣିକି ଶ୍ରମିକଙ୍କୁ ମିଳିବ ୫ ହଜାର ଟଙ୍କା

0

ନୂଆଦିଲ୍ଲୀ: ଏଣିକି ଶ୍ରମିକଙ୍କୁ ପ୍ରତି ମାସରେ ମିଳିବ ୫ ହଜାର ଟଙ୍କା। ପଞ୍ଜିକୃତ ଶ୍ରମିକଙ୍କୁ ମାସକୁ ୫ ହଜାର ଟଙ୍କା ଯୋଗାଇ ଦେବେ ସରକାର। ଏନେଇ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ଦିଲ୍ଲୀ-ଏନସିଆରରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଠାରେ ଗ୍ରୁପ ଅଫ୍ ଷ୍ଟେଜ୍‌-୩ ନିୟମ ଲାଗୁ କରାଯାଇଛି। ଏଥିପାଇଁ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଛି। ନିର୍ମାଣ କାମ ବନ୍ଦ ହେତୁ ହଜାର ହଜାର ଲୋକ ବେରୋଜଗାର ହୋଇଯାଇଛନ୍ତି। ଏହାକୁ ଦୃଷ୍ଟି ରଖି ଦିଲ୍ଳୀ ସରକାର ଅର୍ଥାତ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ମାଣ ସ୍ଥଳରେ କାମ କରୁଥିବା ଶ୍ରମିକମାନଙ୍କୁ ପ୍ରତିମାସରେ ୫୦୦୦ଟଙ୍କା ଆର୍ଥିକ ସହାୟତା ରାଶି ଦୋବକୁ ଘୋଷଣା କରିଛନ୍ତି।

ଅରବିନ୍ଦ କେଜ୍ରିୱାଲ ଏହି ପ୍ରସଙ୍ଗରେ ଶ୍ରମ ମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ମନୀଷଙ୍କୁ କହିଛନ୍ତି ଯେ ନିର୍ମାଣ କାର୍ଯ୍ୟ ଆରମ୍ଭ ନହେବା ଯାଏଁ ଶ୍ରମିକମାନଙ୍କୁ ପ୍ରତି ମାସରେ ୫ ହଜାର ଟଙ୍କା ଦିଆଯିବା ଉଚିତ୍।

Leave A Reply

Your email address will not be published.