ପୁଣି ବଢିଲା କେଜ୍ରିୱାଲଙ୍କ ଅଡ଼ୁଆ: ଆଉ ଏକ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ଉପରାଜ୍ୟପାଳ

0

ନୂଆଦିଲ୍ଲୀ (ଆମ ନ୍ୟୁଜ୍): ଦିନକୁ ଦିନ ବଢୁଛି କେଜ୍ରିୱାଲଙ୍କ ବିବାଦ । ବିବାଦ ଘେରରେ ଛନ୍ଦି ହେଉଛନ୍ତି କେଜ୍ରିୱାଲ ସରକାର । ଏବେ ମଦ ଲାଇସେନ୍ସ ବଣ୍ଟନରେ ଅନିୟମିତତା ଅଭିଯୋଗ ପରେ ଆଉ ଏକ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା। କଳା ତାଲିକାଭୁକ୍ତ ହୋଇଥିବା କମ୍ପାନି ପକ୍ଷ ନେବା ଏବଂ ଏକଛତ୍ରବାଦକୁ ପ୍ରୋତ୍ସାହିତ କରିବା ଅଭିଯୋଗ ଉପରେ ମୁଖ୍ୟ ସଚିବଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୧୫ ଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉପରାଜ୍ୟପାଳଙ୍କ କାର୍ୟ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାପୂର୍ବରୁ ଦିଲ୍ଲୀ ଅବକାରୀ ପଲିସିର ସିବିଆଇ ତଦନ୍ତ ପାଇଁ ଉପରାଜ୍ୟପାଳ ଭିକେ ସକ୍ସେନା ସୁପାରିସ କରିଥିଲେ ।

ସୂଚନା ଅନୁସାରେ, ଏକଛତ୍ରବାଦକୁ ପ୍ରୋତ୍ସାହନ ଦେବା ଏବଂ କଳା ତାଲିକାଭୁକ୍ତ କମ୍ପାନିର ପକ୍ଷ ନେବା ନେଇ ଅଭିଯୋଗ ହୋଇଥିଲା । ଏଥିରେ କୁହାଯାଇଥିଲା ଯେ, ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ର ଜାଣିଶୁଣି ଏବଂ ପୂର୍ବ ନିୟୋଜିତ ଉଲ୍ଲଂଘନ କରି ଏହି କାମ କରାଯାଇଥିଲା । ରିପୋର୍ଟ ଆଧାରରେ ଏଲଜି ଉଚିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଏଥିରେ କୁହାଯାଇଥିଲା।

 

 

Leave A Reply

Your email address will not be published.