କେନ୍ଦୁଝର ଧରଣୀଧର ସ୍ଵୟଂଶାସିତ କଲେଜ ହେଲା ବିଶ୍ୱବିଦ୍ୟାଳୟ

0

କେନ୍ଦୁଝର: କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟ ହେଲା ବିଶ୍ଵବିଦ୍ୟାଳୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ଏଭଳି ଘୋଷଣା କରିଛନ୍ତି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବି ବିଜ୍ଞପ୍ତି ଜାରି ହୋଇଛି।
ଉଲ୍ଲେଖଯୋଗ୍ୟ, ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଗସ୍ତରେ ଆସି କେନ୍ଦୁଝରବାସୀଙ୍କୁ ପ୍ରାୟ ୪୭୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟିଦେବେ। ଆଜି ସ୍ଥାନୀୟ ଦରବାର ହଲରେ ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ ତାରିଖ ପୂର୍ବାହ୍ଣ ୧୧ଟା ୧୫ ମିନିଟରେ କେନ୍ଦୁଝରରେ ପହଞ୍ଚିବେ। ୧୧ଟା ୨୦ରେ ସେ ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଉଦ୍‌ଘାଟନ କରିବେ। ସେଠାରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ମେଡିକାଲ କଲେଜକୁ ଉଦ୍‌ଘାଟନ କରିବା ପରେ ସାଧାରଣ ସଭାରେ ଯୋଗଦାନ କରିବେ। ସେଠାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ବୋଲି ସୂଚନା ରହିଛି ।

Leave A Reply

Your email address will not be published.