ପାଲେଷ୍ଟାଇନକୁ ସମର୍ଥନ କଲେ କେରଳ ସରକାର

0

ଥିରୁଭାନନ୍ତପୁରମ : କେରଳରେ କ୍ଷମତାସୀନ ସିପିଏମ ସରକାର ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନକୁ ସମର୍ଥନ କରିଛି। ଯୁଦ୍ଧ ବନ୍ଦ ହେବା ଏବଂ ଦ୍ୱନ୍ଦ୍ୱରେ ପଡ଼ିଥିବା ପଶ୍ଚିମ ଏସୀୟ ଅଞ୍ଚଳରେ ଶାନ୍ତି ଫେରିବା ପାଇଁ ମିଳିତ ଜାତିସଂଘର ଦୁଇ ଦେଶ ଚୁକ୍ତିନାମା କାର୍ଯ୍ୟକାରୀ କରିବାକୁ ସିପିଏମ ଦାବି କରିଛି।

ସାମ୍ବାଦିକ ସମ୍ମିଳନୀ କରି ସିପିଏମ ରାଜ୍ୟ ସଚିବ ଏମ.ଭି ଗୋବିନ୍ଦନ କହିଛନ୍ତ, ପାଲେଷ୍ଟାଇନ ଅଞ୍ଚଳକୁ ଇହୁଦୀମାନେ ବେଆଇନ ଦଖଲ ଜାରି ରଖିଛନ୍ତି। ପାଲେଷ୍ଟାଇନରେ ବର୍ତ୍ତମାନ କେବଳ ୧୩ପ୍ରତିଶତ ଜମି ବାକି ଅଛି, ପୂର୍ବରୁ ଏହା ୬୦ ଏବଂ ୪୦ ପ୍ରତିଶତ ଅନୁପାତରେ ବିଭକ୍ତ ହୋଇଥିଲା।

ଯୁଦ୍ଧରେ ମହିଳା ଏବଂ ଶିଶୁମାନେ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି। ତେଣୁ ରକ୍ତପାତ ବନ୍ଦ ହେବା ଉଚିତ। ଗୋବିନ୍ଦନ ଆହୁରି କହିଛନ୍ତ, ଇସ୍ରାଏଲ ଗାଜାକୁ ବିଦ୍ୟୁତ ଏବଂ ଜଳ ଯୋଗାଣ ବନ୍ଦ କରିଦେଇଛି ଏବଂ ଯଦି ଏପରି ପରିସ୍ଥିତି ଜାରି ରହେ ତେବେ ସେଠାରେ ଥିବା ଡାକ୍ତରଖାନାଗୁଡ଼ିକ ଶ୍ମଶାନରେ ପରିଣତ ହେବ। ପାଲେଷ୍ଟାନୀୟ ଜମି ପାଇବାକୁ ହକଦାର । ତେଣୁ ଭାରତ ସରକାର ସମେତ ବିଶ୍ୱର ବିଭିନ୍ନ ଦେଶର ସରକାର ଏହି ଦିଗରେ ପଦକ୍ଷେପ ନେଇ ଶାନ୍ତି ପ୍ରତିଷ୍ଠା କରିବା ଉଚିତ।

Leave A Reply

Your email address will not be published.