କେରଳ ହେବ କେରଳମ୍‌

0

କେରଳର ନାମ ପରିବର୍ତ୍ତନ କରି କେରଳମ୍‌ କରିବାକୁ ସୋମବାର ରାଜ୍ୟ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି। ପ୍ରାୟ ବର୍ଷେ ତଳେ ଏହି ସଂକଳ୍ପକୁ ରାଜ୍ୟ ବିଧାନସଭା ସର୍ବ ସମ୍ମତିରେ ପାରିତ କରିଥିବାବେଳେ ଏଥିରେ ସଂଶୋଧନର ଆବଶ୍ୟକତା ଥିବା କହି କେନ୍ଦ୍ର ସରକାର ଫେରାଇଦେଇଥିଲେ। ତେବେ ସୋମବାର ପୁରୁଣା ପ୍ରସ୍ତାବରେ କେତେକ ସଂଶୋଧନ ସହ କେରଳର ନାମ ପରିବର୍ତ୍ତନ କରି କେରଳମ୍‌ କରିବାକୁ ରାଜ୍ୟ ବିଧାନସଭା ପୁନର୍ବାର ସଂକଳ୍ପ ପାରିତ କରିଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ପକ୍ଷରୁ ବିଧାନସଭାରେ ଆଗତ ହୋଇଥିବା ଏହି ପ୍ରସ୍ତାବରେ ସମ୍ବିଧାନର ପ୍ରଥମ କାର୍ଯ୍ୟସୂଚୀର ଅନୁଚ୍ଛେଦ-୩କୁ ବ୍ୟବହାର କରି ରାଜ୍ୟର ନାମ କେରଳମ୍‌ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ କେନ୍ଦ୍ର ସରକାରଙ୍କୁ ଦାବି କରାଯାଇଛି । ରାଜ୍ୟର ମାତୃଭାଷା ମାଲୟାଲମ୍‌ରେ ସାଧାରଣତଃ କେରଳମ୍‌ ନାମର ବ୍ୟବହାର ହେଉଥିବା ଏହି ପ୍ରସ୍ତାବରେ କୁହାଯାଇଛି।

 

 

 

Leave A Reply

Your email address will not be published.