ନୂଆ ଜାତୀୟ ଦଳ ଗଢିବେ କେସିଆର

0

ନୂଆଦିଲ୍ଳୀ:ବିଧାନସଭା ନିର୍ବାଚନକୁ ଆହୁରି ଅନେକ ଦିନ ଥିଲେ ମଧ୍ୟ ରାଜନୈତିକ ଦଳ ମାନେ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ତେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ମଧ୍ୟ ୨୦୨୪ ପାଇଁ ଜୋରଦାର ପ୍ରସ୍ତୁତି କରୁଥିବା ଆଲୋଚନା ହେଉଛି | କୁହାଯାଉଛି ଯେ ଖୁବ୍ ଶୀଘ୍ର ସେ ତାଙ୍କ ଜାତୀୟ ରାଜନୈତିକ ଦଳର ନାମ ଘୋଷଣା କରିପାରନ୍ତି। ଖବର ଅନୁଯାୟୀ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ପାର୍ଟି ସୂତ୍ରରୁ ସୂଚନା ମିଳିଛି ଯେ ଦଶହରା ଦିନ ଦଳର ନୂତନ ନାମ ଘୋଷଣା କରାଯିବ। ଆସନ୍ତା ଦଶହରା ଦିନ ତେଲେଙ୍ଗାନା ଭବନରେ ଟିଆରଏସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ |

ଅକ୍ଟୋବର ୯ ରେ ମଧ୍ୟ ଦିଲ୍ଲୀରେ ଏକ ସାଧାରଣ ସଭାରେ କେସିଆର ସମ୍ବୋଧିତ କରିପାରନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏବଂ ଟିଆରଏସର ଏକ ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତରେ ଯାଇ ସେମାନସାଧରଙ୍କ ଦଳର ନାମ ପରିବର୍ତ୍ତନ କରିବେ। ଟିଆରଏସ ନେତା ଶ୍ରୀଧର ରେଡ୍ଡୀ କହିଛନ୍ତି, “ଦେଶବାସୀ ଏକ ଶକ୍ତିଶାଳୀ ମଂଚ ଖୋଜୁଛନ୍ତି କାରଣ ଏନଡିଏ ଶାସନର ସମସ୍ତ ଦିଗରେ ବିଫଳ ହୋଇଛି।” ଶ୍ରୀଧର ରେଡ୍ଡୀ କହିଛନ୍ତି ଯେ କେସିଆର ଏକ ଜାତୀୟ ମଂଚ ଆଣିବାକୁ କହିଥିଲେ ଓ ସେ ପ୍ରତ୍ୟକ୍ଷ ଭାବେ ଜାତୀୟ ରାଜନୀତିରେ ପାଦ ଦେବାକୁ ଯାଉଛନ୍ତି | ସେ କହିଛନ୍ତି ଯେ ଗୁଜୁରାଟ ମଡେଲ ସମ୍ପୂର୍ଣ୍ଣ ବିଫଳ ହୋଇଛି ଏବଂ ଦେଶ ଏକ ଦୃଢ ବିକଳ୍ପ ଖୋଜୁଛି।

Leave A Reply

Your email address will not be published.