ଆଜିଠୁ ଆରମ୍ଭ ହେଉଛି ଖଣ୍ଡଗିରି କୁମ୍ଭ ମେଳା

0

ଭୁବନେଶ୍ୱର (ଆମ ଟିଭି): ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଆଜିଠୁ ଆରମ୍ଭ ହୋଇଛି ରାଜଧାନୀର ସବୁଠୁ ବଡ ଖଣ୍ଡଗିରି କୁମ୍ଭ ମେଳା । ସେଥିପାଇଁ ଖଣ୍ଡଗିରି ଓ ଉଦୟଗିରିରେ ଜମିଲାଣି ସାଧୁସନ୍ଥଙ୍କ ଭିଡ । ୯ ଦିନ ଧରି ଚାଲିବାକୁ ଥିବା ଏହି ମେଳା ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ସୂର୍ୟ୍ୟ ଉପାସନା ସାଙ୍ଗକୁ ସାଧୁସନ୍ଥମାନେ ହୋମଜଜ୍ଞ, ଜପତପ, ପୂଜାର୍ଚ୍ଚନା କରିବେ । ରାମଚରିତ ମାନସ ପାଠ ଯୋଗୁ କମ୍ପିବ ଖଣ୍ଡଗିରି ଓ ଉଦରଗିରି ପାହାଡ । ଆଜି ମାଆ ବାରଭୂଜା ପାଖେ ଭୋଗ ଲାଗି ହେବ ।

ଏଥିପାଇଁ ଷ୍ଟାଣ୍ଡିଂ ବାବା, ହୁଗୁଳିରୁ ସୁନନ୍ଦା ମାତା, ଅନନ୍ତଗିରି ନାଗା ବାବା, ଡାକ୍ତର ବାବାଙ୍କ ଭଳି ବିଭିନ୍ନ ରାଜ୍ୟରୁ ଶତାଧିକ ବାବା ଆସି ଏଠାରେ ପହଞ୍ଚି ସାରିଛନ୍ତି । ଦୁଇ ବର୍ଷ ପରେ ବିନା କୋଭିଡ କଟକଣାରେ ମେଳାର ଆୟୋଜନ କରଯାଉଥିବା ପ୍ରବଳ ଭିଡ ଆଶଙ୍କା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସେଥିରୁ ୨ ପ୍ଲାଟୁନ୍ ଫୋର୍ସ କେବଳ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନିୟୋଜିତ ହେବେ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି ।

Leave A Reply

Your email address will not be published.