କାନାଡା ରାଜନୀତିରେ ଖଲିସ୍ତାନୀ ସାମିଲ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

0

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଏସ ଜୟଶଙ୍କରଙ୍କ ବୟାନ । ବୈଦେଶିକ ମନ୍ତ୍ରୀ ଜୟଶଙ୍କର ତାଙ୍କର ବକ୍ତବ୍ୟ ଶୈଳୀ ପାଇଁ ଜଣାଶୁଣା। ନିକଟରେ ଏକ ସାକ୍ଷାତକାରରେ ଜୟଶଙ୍କର ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରସଙ୍ଗରେ ଖୋଲାଖୋଲି ଭାବେ କହିଛନ୍ତି। ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ସମ୍ପର୍କ ସମ୍ପର୍କରେ ସେ କହିଛନ୍ତି,ଖାଲିସ୍ତାନୀମାନଙ୍କୁ କାନାଡା ରାଜନୀତିରେ ଆଶ୍ରୟ ଦେଇଛି। ସେମାନେ ସମସ୍ତେ ସିଧାସଳଖ କାନାଡା ରାଜନୀତିରେ ଜଡିତ। ମୁଁ ଭାବୁଛି ଏହା ହେଉଛି ଅନ୍ୟତମ କାରଣ ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ କ୍ଷତି ପହଞ୍ଚାଉଛି। ଏହି ପରିସ୍ଥିତି ଉଭୟ ଭାରତ ଏବଂ କାନାଡା ପାଇଁ ବିପଦ।

ମୋର ବିଶ୍ୱାସ ଯେ ଏହା ଭାରତ ପାଇଁ ଯେତିକି ବିପଦ, ଏହା କାନାଡାକୁ ମଧ୍ୟ କ୍ଷତି ପହଞ୍ଚାଇବ। ପାକିସ୍ତାନରେ ଆତଙ୍କବାଦ ସହ ଜଡିତ ପ୍ରଶ୍ନ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ, ପାକିସ୍ତାନ ସୀମା ପାର୍ ଆତଙ୍କବାଦକୁ ବ୍ୟବହାର କରି ଭାରତକୁ ଆଲୋଚନା ଟେବୁଲକୁ ଆଣୁଥିଲା, ଏହା ତାର ନୀତି। ବର୍ତ୍ତମାନ ଆମେ ସେମାନଙ୍କ ନୀତିକୁ ଅପ୍ରାସଙ୍ଗିକ କରିଛୁ।

Leave A Reply

Your email address will not be published.