ଖୁସି ରିଅଲକନ୍ ର ନୂତନ ସ୍ଲୋଗାନ୍ ‘ଖୁସିକା ଠିକାନା’

0

ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ୱରର ପାହାଳ ନିକଟରେ ଖୁସୀ ରିଅଲକନ୍ ପ୍ରାଇଭେଟ ଲିମିଟେଡ୍ ନିର୍ମାଣ କରୁଛି ୨ ଟାୱାର ବିଶିଷ୍ଠ ‘ଖୁସି କପେଲା’ | ‘ଖୁସି କପେଲା’ର ପ୍ରଚାର ଓ ପ୍ରସାର ଅଭିଯାନ ଉଦ୍ଵେଷରେ ଖୁସି ରିଅଲକନ୍ ଏହାର ନୂତନ ସ୍ଲୋଗାନ୍ ‘ଖୁସିକା ଠିକାନା’ ଘୋଷଣା କରିଛନ୍ତି ଯେଉଁଥିରେ ‘ଖୁସି କପେଲା’ର ପ୍ରକୃତ ଅର୍ଥ ଏବଂ ଉଦ୍ଦେଶ୍ୟ ଅନୁଭବ ହେଉଛି ଅର୍ଥାତ, ଆପଣଙ୍କର ପ୍ରକୃତ ଖୁସିର ଠିକଣା | ଏହି ଭାବପ୍ରବଣ ସ୍ଲୋଗାନ୍ ଓଡିଶାର ଗୃହ କ୍ରେତା ମାନଙ୍କ ମଧ୍ୟରେ ଏକ ଉତ୍ସାହ ସୃଷ୍ଟି କରିଛି, ଯେଉଁମାନେ ‘ଖୁସି କପେଲାକୁ’ ଏକ ସ୍ମାର୍ଟ ବିନିଯୋଗ ଭାବରେ ଦେଖୁଛନ୍ତି |

ରିଅଲ୍ ଇଷ୍ଟେଟ୍ ରେ ଏକ ଖ୍ୟାତିସମ୍ପନ୍ନ ନାମ ଭାବରେ, ଖୁସି ରିଅଲକନ୍, ୨୦୧୨ ମସିହାରେ ଆରମ୍ଭ ହେବା ପରଠାରୁ ଭୁବନେଶ୍ୱରରେ ନିବେଶକାରୀଙ୍କ ପାଇଁ ପ୍ରଥମ ପସନ୍ଦ ହୋଇଛି ଯାହା ଗ୍ରାହକଙ୍କୁ ଉପଯୁକ୍ତ ମୂଲ୍ୟରେ ଅତ୍ୟାଧୁନିକ ଆବାସିକ ଏବଂ ବାଣିଜ୍ୟିକ ସ୍ଥାନ ଦେଇ ଆସୁଛି | ଭୁବନେଶ୍ୱରର ପାହାଳ ନିକଟରେ ତିଆରି ଚାଲିଛି ଏହାର ନୂତନ ଭାବରେ ପରିକଳ୍ପିତ ଏବଂ ଅତି ସୁନ୍ଦର ଭାବରେ ନିର୍ମିତ ଚମତ୍କାର ସୁ-ଉଚ୍ଛ ଟାୱାର ଆପାର୍ଟମେଣ୍ଟ୍ ‘ଖୁସି କପେଲା’ | ୩ ଫେବୃଆରୀ ଠାରୁ ସାଧାରଣ ଜନତାଙ୍କ ପାଇଁ ବହୁ ପ୍ରତୀକ୍ଷିତ ‘ଖୁସି କ୍ୟାପେଲା’ର ବୁକିଂ ଆରମ୍ବ ହୋଇଥିଲା | ‘ଖୁସି କପେଲା’ ହେଉଛି ୨ ଟାୱାର ରେ ୨୪୨ ଆପାର୍ଟମେଣ୍ଟ (60638.67 ବର୍ଗ ମିଟର), ବାସ୍ତୁ ଉପଯୋଗୀ ସବୁଠାରୁ ଉତ୍ତମ ଆପାର୍ଟମେଣ୍ଟ ଯାହା ୨୪୨ ପରିବାର ପାଇଁ ୩୦ରୁ ଅଧିକ ଅତ୍ୟାଧୁନିକ ସୁବିଧା ଯଥା ଅତ୍ୟାଧୁନିକ ସଜ୍ଜିତ ଦୁଇଟି ପେଣ୍ଟ ହାଉସ, ଆଧୁନିକ ଜିମ୍, ଅତ୍ୟାଧୁନିକ ସୁଇମିଂ ପୁଲ୍, ପିଲାମାନଙ୍କ ପାଇଁ ଇନଡୋର ଏବଂ ଆଉଟଡୋର ପ୍ଲେ ଏରିଆ, ସୁଇମିଂ ପୁଲ୍, ହାଇ ଲାଇଫ୍ ଷ୍ଟାଇଲ୍ କ୍ଲବ୍, ଲ୍ୟାଣ୍ଡସ୍କେପ୍ ବଗିଚା | ଗୁଣାତ୍ମକ ଓ ସମସ୍ତ ଆଧୁନିକ ସୁବିଧା ସହିତ ସହରର ଅତିନିକଟରେ ନୂତନ ଜ୍ଞାନ କୌଶଳରେ ନିର୍ମିତ ‘ଖୁସି କପେଲା’ର ଚାହିଦା ବଜାରରେ ବହୁତ ରହିଛି |

‘ଖୁସିକା ଠିକାନା’ – ଏହି ଅଭିଯାନ ଆଧୁନିକତା ଏବଂ ପରମ୍ପରାର ଏକ ମିଶ୍ରଣ ଭାବରେ ‘ଖୁସି କପେଲା’ ପ୍ରକଳ୍ପକୁ ପ୍ରଦର୍ଶିତ କରିଛି | ଏହା ଭାରତୀୟ ସଂସ୍କୃତି ଦ୍ୱାରା ଅନୁପ୍ରାଣିତ ହେବା ସହିତ ସମସାମୟିକ ସମସ୍ତ ସୁବିଧାଗୁଡ଼ିକର ଏକୀକରଣକୁ ଚିତ୍ରଣ କରିଛି |

‘ଖୁସି କପେଲା’ ନିକଟରେ ଅଛି ଓଡ଼ିଶା ବହୁ ସୁନାମଧନ୍ୟ ବିଦ୍ୟାଳୟ, ଡାକ୍ତରଖାନା, ବ୍ୟାଙ୍କ ଓ ମଲ୍ | ବୟୋଜେଷ୍ଠ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରକଳ୍ପକୁ ଅତ୍ୟନ୍ତ ଯତ୍ନର ସହ ତିଆରି କରାଯାଇଛି ଯେପରି ସେମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ | ଏହାର ଏକ୍ସପିରିଏନ୍ସେ ସେଣ୍ଟର୍ ଭୁନେଶ୍ବରର ସବୁଠାରୁ ଅତ୍ୟାଧୁନିକ ସୁ-ଉଚ୍ଛ ଟାୱାର ଆପାର୍ଟମେଣ୍ଟ୍ ମଧ୍ୟରେ ଏକମାତ୍ର ପ୍ରକଳ୍ପ। ସମସ୍ତ ବିଳାସପୂର୍ଣ୍ଣ ଓ ଅତ୍ୟାଧୁନିକ ସେବା ସହ ଏହି ଏକ୍ସପିରିଏନ୍ସେ ସେଣ୍ଟର୍ ଆପଣଙ୍କ ପାଇଁ ଏକ ବିଶ୍ୱସନୀୟ ସ୍ବପ୍ନର ଘର ସହ ମିଳିବ ଯାହା କେବଳ ଖୁସୀ ରିଅଲକନ୍ ପ୍ରାଇଭେଟ ଲିମିଟେଡ୍ ଆପଣମାନଙ୍କ ପାଇଁ ତିଆରି କରିଛି ।

ଖୁସୀ ରିଅଲକନ୍ ର ନିର୍ଦ୍ଦେଶକ ଶ୍ରୀ ଗୌରବ ଅଗ୍ରୱାଲ କହିଛନ୍ତି, ଭୁବନେଶ୍ୱରର ଗ୍ରାହକ ମାନଙ୍କ ପାଇଁ ଆମେ ‘ଖୁସି କପେଲା’ ତିଆରି କରୁଥିବାରୁ ଆମେ ଉତ୍ସାହିତ। ଆମେ ଏକ ପ୍ରି-ସାର୍ଟିଫାଏଡ୍ ଆଇଜିବିସି ଗୋଲ୍ଡ-ଗ୍ରୀନ୍ ବିଲଡିଂ। ଆମେ ଆପଣଙ୍କୁ ୩୦ ରୁ ଅଧିକ ଉତ୍କୃଷ୍ଟ ସୁବିଧା, ୟୁନିଟ୍ ଲେଆଉଟ୍ ପ୍ରଦାନ କରୁଛୁ। ଉତ୍ତମ ଆଲୋକ ଏବଂ ବାୟୁ ସଂଚାଳନ ସୁବିଧା ସହ ସବୁଜ ନିର୍ମାଣ ମାନାଙ୍କ ଓ ବାସ୍ତୁ ଅନୁକୂଳ ଘର ସବୁ | ଏହି ପ୍ରକଳ୍ପ ୨୪୨ ପରିବାର ପାଇଁ ବହୁତ ଭଲ, କାରଣ ଏହା ଛୋଟ କିମ୍ବା ବିଶେଷ ବଡ଼ ନୁହେଁ |

ଖୁସୀ ରିଅଲକନ୍ ପ୍ରାଇଭେଟ ଲିମିଟେଡ୍ ହେଉଛି ଦୂରଦୃଷ୍ଟି ସମ୍ପନ୍ନ ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଶ୍ରୀ ଗୌରବ ଅଗ୍ରୱାଲ, ଶ୍ରୀ ସଞ୍ଜୟ ବନସାଲ୍ ଏବଂ ଶ୍ରୀ ପ୍ରଦୀପ ଠକରଙ୍କ କମ୍ପାନୀ ଯାହାର ପୂର୍ବରୁ ଲୁହା ଏବଂ ଇସ୍ପାତ, ନିର୍ମାଣ ଏବଂ ଖଣି ଶିଳ୍ପରେ ପୃଷ୍ଠଭୂମି ରହିଛି | ଗ୍ରାହକମାନଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏବଂ ଗତ ଦଶନ୍ଧି ର ସମସ୍ତ ଶିଳ୍ପ-ପର୍ଯ୍ୟବେକ୍ଷକମାନଙ୍କ ଦ୍ୱାରା ପୁରସ୍କୃତ ଖୁସି ରିଅଲକନ୍ ନିରନ୍ତର ଭାବରେ ତାର ଗ୍ରହକମାନଙ୍କୁ ଉତ୍ତମ ସେବା ସହ ଉନ୍ନତ ମାନର ଘର ଯୋଗାଇଆସିଛି ଏବଂ ଆଗକୁ ମଧ୍ୟ ଜାରୀରଖିବ ବୋଲି ଏହାର ପ୍ରତିନିଧି ମାନେ କହିଛନ୍ତି |

Leave A Reply

Your email address will not be published.